www.samajalive.in
Sunday, December 14, 2025
17.1 C
Bhubaneswar

ଖୋର୍ଦ୍ଧା ଜିଲ୍ଲାର ଦୁଇ ଶିକ୍ଷକଙ୍କୁ ମିଳିଲା ଜାତୀୟ ପୁରସ୍କାର

ଭୁବନେଶ୍ୱର : ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଣିକ୍ଷଣ ପରିଷଦ (ଏନସିଇଆରଟି) ଦ୍ୱାରା ଜାତୀୟ ସ୍ତରରେ ଶିକ୍ଷା କ୍ଷେତ୍ରରେ ଅଭିନବ ଅଭ୍ୟାସ ଓ ଗବେଷଣା କାର୍ଯ୍ୟକ୍ରମରେ ସମଗ୍ର ଦେଶରୁ ୨୦୦ ଜଣ ଶିକ୍ଷକ ପ୍ରତିଯୋଗୀଙ୍କ ମଧ୍ୟରୁ ୨୫ ଜଣ ଜାତୀୟ ପୁରସ୍କାର ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶାର ୪ ଜଣ ଶିକ୍ଷକ ଏହି କୃତିତ୍ୱ ହାସଲ କରଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣ ଶିକ୍ଷକ ଏହି ପୁରସ୍କାର ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହି ଦୁଇ କୃତି ଶିକ୍ଷକ ହେଉଛନ୍ତି ବାଜପୁରର ସରକାରୀ ଉଚ୍ଚ ବିଦ୍ୟାଳୟର ଅଜୟ କୁମାର ବରାଡ ଏବଂ ଭୁବନେଶ୍ୱରର ଏରୋଡ୍ରମ ୟୁଜିୟୁପି ବିଦ୍ୟାଳୟର ଡକ୍ଟର ନମିତା ମହାପାତ୍ର। ଆମ ରାଜ୍ୟର ଏହି ଚାରି କୃତି ଶିକ୍ଷକଙ୍କୁ ରାଜ୍ୟ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଏସସିଇଆଟିର ନିର୍ଦ୍ଦେଶକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଉଚ୍ଚ ପ୍ରଶଂସା କରିଛନ୍ତି।

 

- Advertisement -

ଆଜି ଭୁବନେଶ୍ୱର ୟୁନିଟ-୧ ସରକାରୀ ଉଚ୍ଚ ବିଦ୍ୟାଳୟ ଅଡିଟୋରିୟମରେ ଏକ ସମ୍ବର୍ଦ୍ଧନା ସଭାରେ ଖୋର୍ଦ୍ଧା ଜିଲ୍ଲାର ଏହି ଦୁଇ ଜଣ କୃତି ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର ଏଥିରେ ଅଧ୍ୟକ୍ଷତା କରି କର୍ମ, ସାଧୁତା ଓ ନିଷ୍ଠାପର ଭାବନା ମଣିଷକୁ ଶ୍ରେଷ୍ଠ କରେ ବୋଲି କହିଥିଲେ। ଏହି ସଭାରେ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସଂଗୀତା ପଣ୍ଡା ଓ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories