ମନ୍ତ୍ରୀସ୍ତରୀୟ ବୈଠକ ବିଫଳ, ସମୂହ ଇସ୍ତଫା ଦେବାକୁ ଶିକ୍ଷକଙ୍କ ଧମକ

0

ଭୁବନେଶ୍ୱର : ସ୍କୁଲ ଓ କଲେଜ କର୍ମଚାରୀ ମିଳିତ ମଞ୍ଚ ଓ ସରକାରଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ଆଲୋଚନା ବିଫଳ ହୋଇଛି । ମିଳିତ ମଞ୍ଚ ଓ ମନ୍ତ୍ରୀସ୍ତରୀୟ ବୈଠକ ବିଫଳ ହୋଇଛି । ସରକାରଙ୍କ ଅନୁରୋଧକୁ ନ ମାନି ଆନ୍ଦୋଳନ ଜାରି ରଖିବାକୁ ସ୍କୁଲ ଓ କଲେଜ କର୍ମଚାରୀ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି । ଆବଶ୍ୟକ ହେଲେ ସମୂହ ଇସ୍ତଫା ଦିଆଯିବ ବୋଲି ମିଳିତ ମଞ୍ଚର ଆବାହକ ଗୋଲକ ନାୟକ ବୈଠକ ପରେ ସୂଚନା ଦେଇଛନ୍ତି । ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇ ବୁଧବାର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତା ବୈଠକ ବସିଥିଲା । ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ୨୦୧୭ ସରକାରୀ ନିୟମ ଅନୁସାରେ ଶିକ୍ଷକ ଓ ଅଧ୍ୟାପକମାନେ ପ୍ରଥମେ ଦରମା ଗ୍ରହଣ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ ଏବଂ ଷ୍ଟିଅରିଂ କମିଟି ଗଠନ କରାଯାଇ ତର୍ଜମା କରିବାକୁ ୩ ମାସ ସମୟ ମଧ୍ୟ ମାଗିଥିଲେ । କିନ୍ତୁ ସରକାରଙ୍କ ଏହି ପ୍ରସ୍ତାବକୁ ମିଳିତ ମଞ୍ଚ ପ୍ରତ୍ୟାଖାନ କରି ୭ ଦିନ ମଧ୍ୟରେ ନିଷ୍ପତ୍ତି ନେବାକୁ ଦାବି କରିଥିଲା । କିନ୍ତୁ ସରକାର ଏଥିରେ ରାଜି ହୋଇ ନ ଥିଲେ । ଯଦ୍ୱାରା ମିଳିତ ମଞ୍ଚ ପୂର୍ବଭଳି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲା । ଯଦି ୭ ଦିନ ମଧ୍ୟରେ କୌଣସି ପଦକ୍ଷେପ ନ ନିଆଯାଏ ତେବେ ସମସ୍ତ ଶିକ୍ଷକ ଓ ଅଧ୍ୟାପକ ସମୂହ ଇସ୍ତଫା ଦେବେ ବୋଲି ମିଳିତ ମଞ୍ଚ ଚେତାବନୀ ଦେଇଛି।

Leave A Reply