www.samajalive.in
Monday, December 15, 2025
14.1 C
Bhubaneswar

ବ୍ଲକଗ୍ରାଣ୍ଟ ସ୍କୁଲରେ ତାଲା ; ଶିକ୍ଷକ ଆନ୍ଦୋଳନ ନେଇ ବିଧାନସଭାରେ ହଟ୍ଟଗୋଳ

ଭୁବନେଶ୍ୱର : ଦୀର୍ଘ ୨୨ ଦିନ ହେଲା ଆନ୍ଦୋଳନ ଜାରି ରଖିଥିବା ରାଜ୍ୟର ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକମାନେ ଗୁରୁବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ରାଜ୍ୟର ସାଢେ ୫ ହଜାର ସ୍କୁଲରେ ତାଲା ପଡ଼ିଛି ।

ଅନ୍ୟପକ୍ଷରେ ୬ ଦଫା ଦାବିରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ମହାସଙ୍ଘ  ଗୁରୁବାର ରାଜଧାନୀରେ ମହାସମାବେଶର ଆୟୋଜନ କରିଛି । ଏହା ସହ ବିଧାନସଭା ଘେରାଉ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି ।

- Advertisement -

ତେବେ ସରକାର ଶିକ୍ଷକ ଆନ୍ଦୋଳନକୁ ଦମନ କରିବା ପାଇଁ ଉପାୟ ବାହାର କରିଛନ୍ତି। ଯେଉଁମାନେ ବିନା ନୋଟିସ୍‌ରେ  ଯେଉଁମାନେ କାର୍ଯ୍ୟରେ ଯୋଗ ଦେଇ ନାହାଁନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି । ଯେଉଁମାନେ ବିନା ଅନୁମତିରେ ଅନୁପସ୍ଥିତ ଥିବେ ସେମାନଙ୍କର ଆଜି ଦିନର ଦରମା କଟା ଯିବ । ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପ୍ରତି ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ସେମାନଙ୍କ ଚାକିରିକୁ ଆସନ୍ତା ମାର୍ଚ୍ଚ ମାସରେ ନବୀକରଣ କରାଯିବ ନାହିଁ ବୋଲି ଚିଠିରେ ନିର୍ଦ୍ଦେଶ ରହିଛି ।

ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ,  ଗ୍ରେଡ଼୍‌ ପେ ବୃଦ୍ଧି, ଠିକା ଶିକ୍ଷକଙ୍କୁ ୨୫ ପ୍ରତିଶତ ବର୍ଦ୍ଧିତ ଦରମା ପ୍ରଦାନ, ଏକ୍ସ କ୍ୟାଡ଼୍‌ର ଉଚ୍ଛେଦ, କ୍ରୀଡ଼ା ଶିକ୍ଷକଙ୍କୁ ବିଷୟ ଭିତ୍ତିକ ନିଯୁକ୍ତି ଓ ଅବସର ଶିକ୍ଷକଙ୍କୁ ପେନସନ୍‌ ଦେବା ଦାବି କରିଛି । ଏ ନେଇ ପୂର୍ବରୁ ବହୁ ବାର ଦାବି କରାଯାଇଥିଲେ ମଧ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଇ ନାହାଁନ୍ତି । ତେଣୁ ରାଜ୍ୟର ୫୮ ହଜାର ସ୍କୁଲର ପ୍ରାୟ ଦେଢ ଲକ୍ଷ ଶିକ୍ଷକ ସମୂହ ଛୁଟିରେ ଆସି ଭୁବନେଶ୍ୱରରେ ମହାସମାବେଶରେ ଯୋଗ ଦେଇଛନ୍ତି।  ଏହାକୁ ପ୍ରାଥମିକ ବିଏଡ଼୍‌ ସଂଘ, ଗଣ ଶିକ୍ଷା ସଂଘ ଓ ଶିକ୍ଷା ସହାୟକ ସଂଘ ସମର୍ଥନ ଜଣାଇଛନ୍ତି ।

ରାଜ୍ୟ ବିଧାନସଭାରେ ମଧ୍ୟ ଗୁରୁବାର ଶିକ୍ଷକମାନଙ୍କ ଦାବି ନେଇ ହଟ୍ଟଗୋଳ ହୋଇଛି। ସରକାର ଶିକ୍ଷକମାନଙ୍କ ସମସ୍ୟାର ସମାଧାନ କରିବାକୁ ତୁରନ୍ତ ପଦକ୍ଷେପ ନେବାକୁ ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଛି।

ଅନ୍ୟ ପକ୍ଷରେ ବ୍ଲକଗ୍ରାଂଟ ଶିକ୍ଷକ ଓ କର୍ମଚାରୀ କିଳିତ ମଞ୍ଚ ଆନ୍ଦୋଳନକୁ ବ୍ୟାପକ କରିବାକୁ ସ୍ଥିର କରିଛି । ବ୍ଲକର ସମସ୍ତ ଶିକ୍ଷକ , ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ପ୍ରତିଦିନ ଗୋଟିଏ ପଂଚାୟତରେ ଶୋଭାଯାତ୍ରା କରି ଘରଘର ବୁଲି ଲିଫଲେଟ୍ ବାଣ୍ଟିବା ସହ ଏହି ସମୟରେ ମଧ୍ୟାହ୍ନ ଭୋଜନ ବନ୍ଦ ରଖିବା ନେଇ ସ୍ଥିର ନେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories