କଷ୍ଟକର ସମୟରେ ବି ସେବା ପ୍ରଦାନ ଜାରି ରଖିଛି ଟାଟା ଷ୍ଟିଲ ମେଡ଼ିକା ହସ୍ପିଟାଲ

କଳିଙ୍ଗନଗର : କଳିଙ୍ଗନଗରଠାରେ ଅବସ୍ଥିତ ଟାଟା ଷ୍ଟିଲ ମେଡ଼ିକା ହସ୍ପିଟାଲ (ଟିଏସ୍‍ଏଚ୍‍ଏମ୍‍)କୋଭିଡ଼-୧୯ ମହାମାରୀର ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ଉଦ୍ୟମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ କୋଭିଡ଼ ହସ୍ପିଟାଲ ରୂପେ ମାନ୍ୟତାପ୍ରାପ୍ତ ଟିଏସ୍‍ଏଚ୍‍ଏମ୍‍ କୋଭିଡ଼-୧୯ ରୋଗୀଙ୍କ ସହିତ ଯାଜପୁର ଓ ପଡୋଶୀ ଜିଲ୍ଲାର ଗୁରୁତର ରୋଗୀମାନଙ୍କୁ ନିରବିଚ୍ଛିନ୍ନ ଭାବେ ଚିକିତ୍ସା ସେବା ପ୍ରଦାନ କରୁଛି।

ଅନ୍ୟ କୋଭିଡ଼ ହସ୍ପିଟାଲ ଭଳି ଏଠାରେ କୋଭିଡ଼ ସଂକ୍ରମିତ ରୋଗୀମାନଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପୀ ସହିତ ଅନ୍ୟ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ରହିଛି। ବର୍ତ୍ତମାନ ସୁଦ୍ଧା ୧,୩୭୨ଜଣ ରୋଗୀଙ୍କୁ ଏହି କୋଭିଡ଼ ହସ୍ପିଟାଲରେ ଚିକିତ୍ସା ପ୍ରଦାନ କରାଯାଇଥିବାବେଳେ ୧,୨୪୫ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହିତ ୧୨ଜଣ କୋଭିଡ଼ ସଂକ୍ରମିତ ରୋଗୀଙ୍କ ସିଜରିଆନ୍‍ ପଦ୍ଧତିରେ ପ୍ରସବ କରାଯାଇଛି।

ନିଜ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବା ସତ୍ତେ୍ୱ ଡାକ୍ତର, ନର୍ସ, ପାରା ମେଡ଼ିକାଲ କର୍ମଚାରୀ, ଜିଲ୍ଲା ପ୍ରଶାସନର ବୈଷୟିକ ଅଧିକାରୀ ଓ ଟିଏସ୍‍ଏଚ୍‍ଏମ୍‍ ସହିତ ହସ୍ପିଟାଲର ସହଯୋଗୀ କର୍ମଚାରୀମାନେ ଭାଇରସ୍‍ ସହିତ ଆଗ ଧାଡିରେ ମୁକାବିଲା କରୁଛନ୍ତି। ରୋଗୀମାନଙ୍କୁ ସେବା ପ୍ରଦାନ କରିବା ସମୟରେ ହସ୍ପିଟାଲ ସମସ୍ତ ଅଧିକାରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରୁଛି।
ରୋଗୀ ଓ କର୍ମଚାରୀଙ୍କ ପାଇଁ କଡ଼ା ସୁରକ୍ଷା ନିୟମ ମାଧ୍ୟମରେ ଟିଏସ୍‍ଏଚ୍‍ଏମ୍‍ ସବୁ ଛୁଅାଁଯାଉଥିବା ସ୍ଥାନଗୁଡ଼ିକର ସାନିଟାଇଜେସନ୍‍ ଓ ସଂକ୍ରମଣ ନିୟନ୍ତ୍ରଣ ପଦକ୍ଷେପ ସହିତ କର୍ମଚାରୀ ଏବଂ ଚିକିତ୍ସା ଟିମ୍‍କୁ ନିୟମିତ ପ୍ରଶିକ୍ଷଣ ପ୍ରଦାନ ପାଇଁ ନିରନ୍ତର ଉଦ୍ୟମ କରୁଛି।

prayash

ଟିଏସ୍‍ଏଚ୍‍ଏମ୍‍ ସହଭାଗିତାରେ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାପିତ ଟାଟା ଷ୍ଟିଲ ମେଡ଼ିକା କୋଭିଡ଼ ୧୯ ହସ୍ପିଟାଲ ୨୦୨୦ ମସିହା ଏପ୍ରିଲ ମାସରୁ ପରିଚାଳିତ ହେଉଛି।ଏହାସହିତ ଖୁବ ଶୀଘ୍ର ଏକ ରିଜର୍ଭ ଟ୍ରାନସ୍‍କ୍ରିପସନ୍‍-ପଲିମିର୍ସ ଚେନ୍‍ ରିଆକ୍‍ସନ୍‍ (ଆଟି-ପିସିଆର )କୋଭିଡ-୧୯଼ ପରୀକ୍ଷା ଲାବରେଟୋରି ହସ୍ପିଟାଲ ପରିସରରେ ସ୍ଥାପନ ହେବାକୁ ଯାଉଛି।

ଚିକିତ୍ସାରେ କୌଣସି ପ୍ରକାର ଅବହେଳାକୁ ଏଡ଼ାଇବା ପାଇଁ ହସ୍ପିଟାଲ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ୱଚ୍ଛତା ଓ କ୍ଲିନିକାଲ କେୟାର ପାଇଁ ମାନକ ସତର୍କତାକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି। କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟସ୍ଥଳୀରେ ସୁରକ୍ଷା ଉପରେ କଡ଼ା ନଜର ରଖାଯାଉଛି। ହସ୍ପିଟାଲରେ ପ୍ରତି ଦିନ ୬ଘଣ୍ଟିଆ ସିଫ୍ଟର ପାଳନ କରାଯିବା ସହିତ ୧୪ ଦିନ କାର୍ଯ୍ୟ କରିବା ପରେ ୧୪ ଦିନ ପାଇଁ ସଂଗରୋଧରେ ରହିବା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି।

“ଟାଟା ଷ୍ଟିଲ ମେଡ଼ିକା ହସ୍ପିଟାଲରେ ଗତ ଦୁଇ ମାସ ମଧ୍ୟରେ ଆମେ ୬୦୦ରୁ ଅଧିକ ଗୁରୁତର କୋଭିଡ଼ ରୋଗୀଙ୍କୁ ସଫଳତାପୂର୍ବକ ଚିକିତ୍ସା ପ୍ରଦାନ କରିଛୁ। ଏଠାରେ ରୋଗୀମାନଙ୍କୁ ପ୍ଲାଜମା ଥେରାପୀ ମଧ୍ୟ ପ୍ରଦାନ କରାଯାଉଛି। ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ହସ୍ପିଟାଲରେ କଡ଼ା ସୁରକ୍ଷା ନିୟମର ପାଳନ କରାଯାଉଛି। ଏହାରଫଳସ୍ୱରୁପ ସ୍ୱାସ୍ଥ୍ୟକର୍ମୀମାନଙ୍କ ମଧ୍ୟରେ ସଂକ୍ରମଣ ହାର ବହୁତ କମ୍‍ ରହିଛି” ବୋଲି ଟାଟା ଷ୍ଟିଲ ମେଡ଼ିକା ହସ୍ପିଟାଲର ଅଧୀକ୍ଷକ ଡ଼ାଃ ଏସ୍‍ ଏସ୍‍ ସୁତାର ପ୍ରକାଶ କରିଛନ୍ତି।

ଅଣ-କୋଭିଡ଼ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବା ପାଇଁ କୋଭିଡ଼-୧୯ ବିଭାଗ ସହିତ କୌଣସି ସମ୍ପର୍କ ନଥିବା ୨୪ ଶଯ୍ୟା ବିଶିଷ୍ଟ ଅଣ-କୋଭିଡ଼ ଶାଖା ଚଳିତ ବର୍ଷ ଏପ୍ରିଲ ମାସରୁ କାର୍ଯ୍ୟ କରୁଛି। ହସ୍ପିଟାଲର ବର୍ହି ବିଭାଗ ପ୍ରତି ଦିନ ପ୍ରାୟ ୮୦ ଜଣ ରୋଗୀଙ୍କୁ ସେବା ପ୍ରଦାନ କରୁଛି। ଏହି ସମୟରେ ସଫଳତାପୂର୍ବକ୭୦ରୁ ଊର୍ଦ୍ଧ୍ବ ଜଣ ଅଣ-କୋଭିଡ଼ ରୋଗୀଙ୍କ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଛି। ଏହାବ୍ୟତୀତ ଏହି ଅବଧି ମଧ୍ୟରେ ଉଭୟ ରୋଗୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରି ୨୦୫୦ରୁ ଊର୍ଦ୍ଧ୍ବ ରୋଗୀଙ୍କ ଡାଇଲିସିସ୍‍ କରାଯିବା ସହିତ ୨୪ଜଣ ଶିଶୁ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.