www.samajalive.in
Sunday, December 7, 2025
26.1 C
Bhubaneswar

ଟାଟା ଷ୍ଟିଲ୍‌‌ ବିଜ୍‌‌ନେସ୍‌‌ ହେଡ୍‌‌ ହତ୍ୟା ଘଟଣା: ଏନକାଉଣ୍ଟରରେ ଅଭିଯୁକ୍ତ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ଆଜି ଭୋରରୁ ପୁଲିସର ଏନକାଉଣ୍ଟର। ଏନକାଉଣ୍ଟରେ ଟାଟା ଷ୍ଟିଲ୍‌‌ ର ବିଜ୍‌‌ନେସ୍‌‌ ହେଡ୍‌‌ ବିନୟ ତ୍ୟାଗୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଜଣେ ସବ୍‌‌ ଇନସ୍ପେକ୍ଟର ଗୁରୁତର ହୋଇଥିବା ସୂଚନା ମିଳିଛି। ପୁଲିସ ଏନକାଉଣ୍ଟର କରିଥିବା ମୁଖ୍ୟ ଅଭିଯୁକ୍ତ ଜଣଙ୍କ ହେଲା ଅକ୍କି ଓରଫ ଦକ୍ଷ। ଅକ୍କି ନିକଟରୁ ଟାଟା ଷ୍ଟିଲ୍‌‌ ର ବିିଜ୍‌‌ନେସ୍‌‌ ହେଡ୍‌‌ ମୃତ ବିନୟ ତ୍ୟାଗୀଙ୍କ ମୋବାଇଲ ଫୋନ୍‌‌ ଜବତ କରିଛି ପୁଲିସ।
ଗତ ୩ତାରିଖରେ ଅକ୍କି ନିଜ ସହଯୋଗୀଙ୍କ ସହ ବିନୟ ତ୍ୟାଗୀଙ୍କ ନିକଟରୁ ଲୁଟପାଟ କରିବା ପରେ ତାଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡିଥିଲା। ଗାଜିଆବଦର ରାଜେନ୍ଦ୍ର ନଗର ଅଞ୍ଚଳରେ ରହୁଥିଲେ ବିନୟ ତ୍ୟାଗୀ। ପ୍ରତିଦିନ ଘରୁ ଅଫିସ୍‌‌-ମେଟ୍ରୋରେ ଯିବା ଆସିବା କରୁଥିଲେ। ଗତ ୩ ତାରିଖ ରାତି ୧୧ଟାରେ ସେ ନିଜ ପତ୍ନୀଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ। ଏହାପରେ ଫୋନ୍‌‌ ଦୀର୍ଘ ସମୟ ବନ୍ଦ ହେବା ଦ୍ୱାରା ପରିବାର ଲୋକେ ଚିନ୍ତିତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ। ୪ ତାରିଖରେ ଘରଠାରୁ ମାତ୍ର ୩କି.ମି ଦୂରରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ତୁରନ୍ତ ହସ୍ପିଟାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories