www.samajalive.in
Monday, December 15, 2025
15.1 C
Bhubaneswar

ଛଟେଇ ପ୍ରତିବାଦରେ କାରଖାନା ସମ୍ମୁଖରେ ଧାରଣା ୨ୟ ଦିନରେ

ଗୁରୁଡିଝାଟିଆ :  ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁର ଠାରେ ପ୍ରତିଷ୍ଠିତ ଟାଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନା ସମ୍ମୁଖରେ ଛଟେଇ ପ୍ରତିବାଦରେ ନୂଆଶାସନ ଗ୍ରାମର ବିପିନ ବିହାରୀ ବେହେରା ପରିବାର ସହିତ ଧାରଣାରେ ବସିଛନ୍ତି । ଅସହ୍ୟ ଖରାରେ ଛୋଟିଆ ପାଲଟିଏ ଟାଙ୍ଗି ୨ବର୍ଷର ଶିଶୁଠାରୁ ଆରମ୍ଭ କରି ବଢିଲା ଝିଅ ଓ ପରିବାରର ସଦସ୍ୟଙ୍କ ସହିତ ଦାବି ହାସଲ ନହେବା ପର୍ଯ୍ୟନ୍ତ ବସି ରହିବେ ବୋଲି ଜିଦରେ ଅଟଳ ଅଛନ୍ତି । ଗତକାଲି କାରଖାନା କର୍ତ୍ତୃପକ୍ଷ ଓ ସ୍ଥାନୀୟ ସରପଞ୍ଚଙ୍କ ହସ୍ତକ୍ଷେପ ପରେ କାରଖାନାରୁ ଛଟେଇ ହୋଇଥିବା ବିପିନ କିଛି ସମୟ ପାଇଁ ଧାରଣାରୁ ନିଜକୁ ନିବୃତ୍ତ କରିଥିଲେ। ହେଲେ ପୁନର୍ବାର ରାତିରେ ନିଷ୍ପତି ବଦଳାଇ କାରଖାନାର ସମ୍ମୁଖରେ ପରିବାର ସଦସ୍ୟ ବସି ରହିଥିଲେ। ଯେ ପର୍ଯ୍ୟନ୍ତ କାରଖାନା କର୍ତ୍ତୃପକ୍ଷ କାରଖାନାରେ ନିଯୁକ୍ତି ନଦେଇଛନ୍ତି ସେ ପର୍ଯ୍ୟନ୍ତ ବସିରହିବେ। କାରଖାନା କର୍ତ୍ତୃପକ୍ଷ ଆମ ଜମିରେ ଟାୱାର ବସାଇଛି। ସେଥିପାଇଁ ବିପିନ ୨୦୦୬ ମସିହାରୁ କାରଖାନାରେ ନିଯୁକ୍ତି ପାଇଥିଲେ ।୨୦୦୮ ମସିହାରେ ଚାକିରୀ ସ୍ଥାୟି ହେଲା। ହେଲେ କାରଖାନା କର୍ତ୍ତୃପକ୍ଷ ଆକ୍ରୋଶମୂଳକ ମନୋଭାବ ରଖି ବାରମ୍ବାର କାରଖାନା ପରିସରରେ ଥିବା ବିଭିନ୍ନ ବିଭାଗକୁ ବଦଳି କରି ଏକ ପ୍ରକାର ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ବିପିନ କହିଛନ୍ତି । ଛୋଟପିଲା ଓ ଝିଅକୁ ଛାଡି କାରଖାନା କର୍ତ୍ତୃପକ୍ଷ ଗଞ୍ଜାମର ଗୋପାଳପୁରକୁ ମୋତେ ପ୍ରଶିକ୍ଷଣ ପାଇଁ ବଦଳି କରିଥିଲେ । ହେଲେ ପରିବାର ସଦସ୍ୟଙ୍କୁ ଛାଡି କିପରି ଗୋପାଳପୁର ଯିବେ ବୋଲି ବିପିନ କହିଥିଲେ। ଘଟଣା ସଂପର୍କରେ କାରଖାନାର ବରିଷ୍ଠ ପ୍ରବନ୍ଧକ ବିଭୂଦତ୍ତ ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ ଛଟେଇ କର୍ମଚାରୀ ବିପିନ କାରଖାନାରେ କ୍ରେନ ଅପରେଟର ଭାବରେ କାର୍ଯ୍ୟକରୁଥିଲେ। ଅଧିକ ପ୍ରଶିକ୍ଷଣ ପାଇଁ ଗୋପାଳପୁରକୁ ପଠାଯାଇଥିଲା ।ହେଲେ ସେ ପ୍ରଶିକ୍ଷଣ ନେବାକୁ ଯାଇନଥିଲେ। ମନଇଚ୍ଛା କାରଖାନାକୁ ଅବଗତ ନ କରାଇ ଘରେ ରହିଥିଲେ। ଏ ସଂପର୍କରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ଦେଇନଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ଅପରପକ୍ଷରେ ସ୍ଥାନୀୟ ବୁଦ୍ଧିଜୀବିମାନେ କାରଖାନାର ଏଭଳି କାର୍ଯ୍ୟପନ୍ଥାକୁ ନାପସନ୍ଦ କରିଛନ୍ତି । ଆମ ଅଞ୍ଚଳର ପାଣି ପବନ, ଜମି ଓ ଜଳ କାରଖାନା । ବ୍ୟବହାର କରୁଛି  ବ୍ୟାପକ ପ୍ରଦୂଷଣରେ ଜନଜୀବନ ବ୍ୟତିବ୍ୟସ୍ତ। ଏ ସବୁ କ୍ଷେତ୍ରରେ କାରଖାନା ସ୍ୱତନ୍ତ୍ର ଦୃଷ୍ଟିଦେବାର ଆବଶ୍ୟକତା ରହିଛି। ଛଟେଇ କର୍ମଚାରୀ ଟାୱାର ପାଇଁ ଜମି ଦେଇଥିବାରୁ ତା’ ପ୍ରତି କାରଖାନା କର୍ତ୍ତୃପକ୍ଷ ମାନବିକତା ଭାବ ପ୍ରଦର୍ଶନ କରିବା ପାଇଁ ସାଧାରଣରେ ଦାବି ହୋଇଛି। ପ୍ରଶାସନ ଏ କ୍ଷେତ୍ରରେ ହସ୍ତକ୍ଷେପ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories