www.samajalive.in
Sunday, December 14, 2025
19.1 C
Bhubaneswar

ଆଶ୍ଚର୍ଯ୍ୟ ହୋଇଯିବେ ଭୁଜିଆ କମ୍ପାନୀର ଦାମ ଏତେ ଅଧିକ- ହଳଦୀରାମ ସ୍ନାକ୍ସ ବ୍ରାଣ୍ଡକୁ ଟାଟା କିଣିବା ପାଇଁ ଏତିକି ଟଙ୍କାର ମୂଲ୍ୟ ଧାର୍ଯ୍ୟ …

ମୁମ୍ବଇ – ଦେଶର ଏକ ଲୋକପ୍ରିୟ ସ୍ନାକ୍ସ୍‌ ପ୍ରସ୍ତୁତକାରୀ କମ୍ପାନୀ ହେଉଛି ହଳଦୀରାମ । ଏବେ ଏହାକୁ ଅଧିଗ୍ରହଣ କରିବା ପାଇଁ ଟାଟା ସହ ହଳଦୀରାମ କମ୍ପାନୀର କଥାବାର୍ତ୍ତା ଚାଲିଛି । ହଳଦୀରାମର ୫୧ ପ୍ରତିଶତ ଅଂଶଧନ କିଣିବା ପାଇଁ ଟାଟା ଗ୍ରୁପ ଚାହୁଁଛି । ହେଲେ ହଳଦୀରାମର ସ୍ୱତ୍ତାଧିକାରୀ ଏଥିପାଇଁ ୧୦ ବିଲିୟନ ଆମେରିକୀୟ ଡଲାର ବା ୮,୩୨,୨୭,୫୫,୦୦,୦୦୦ ଟଙ୍କା ମୂଲ୍ୟଧାର୍ଯ୍ୟ କରିଛନ୍ତି । ଏଥିପାଇଁ ଦୁଇ ପକ୍ଷଙ୍କ ମଧ୍ୟରେ ସହମତି ହୋଇପାରି ନାହିଁ ।

ଟାଟା ଅନେକ ଦିନ ଧରି ଏଫ୍‌ଏମ୍‌ସିଜି ବ୍ୟବସାୟରେ ରହିଛି । ଟାଟା ଟି ସହ, ଲୁଣ, ବିଭିନ୍ନ ଡାଲିଜାତୀୟ ଖାଦ୍ୟ ବ୍ୟବସାୟ କରୁଛି । ଏବେ ଟାଟା ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣରେ ପ୍ରବେଶ କରିଛି । ଏହା ସହ ଇଂଲଣ୍ଡର ଟେଟଲୀ, ଷ୍ଟାରବକ୍ସ କଫିରେ ଅଂଶଧନ ଅଧିଗ୍ରହଣ କରିଛି । ଟାଟା ଏବେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ ଏବଂ ପେପସିକୋ ସହ ପ୍ରତିଦ୍ୱନ୍ଦୀତା କରିବା ପାଇଁ ଚାହୁଁଛି । ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ ବ୍ୟବସାୟରେ ଟାଟା ପ୍ରବେଶ କରିଛି ।

- Advertisement -

ଗତ ଆର୍ଥିକ ବର୍ଷରେ ଟାଟାର ଖାଦ୍ୟପ୍ରକ୍ରିୟାକରଣ ୟୁନିଟ୧.୭ ବିଲିୟନ ଆମେରିକୀୟ ଡଲାରର ବ୍ୟବସାୟ କରିଥିବା ବେଳେ ବିମାନଚଳାଚଳ, ହୋଟେଲ୍ସ ଏବଂ ଯାନବାହାନ ୟୁନିଟ ୧୪୪ ବିଲିୟନ ଆମେରିକୀୟ ଡଲାର ବ୍ୟବସାୟ କରିଥିଲା ।

ତେବେ ଟାଟା ଏବଂ ହଳଦୀରାମ ବିଷୟରେ ଏହି ଦୁଇ କମ୍ପାନୀର ବରିଷ୍ଠ ଅଧିକାରୀମାନେ କୌଣସି ମନ୍ତବ୍ୟ ଦେବା ପାଇଁ ମନା କରିଛନ୍ତି ।   ସେମାନେ ଅଂଶଧନ ବିକ୍ରି କଥାକୁ ଅସ୍ୱୀକାର କରି ନାହାନ୍ତି । ୧୯୩୭ ମସିହାରେ ହଳଦୀରାମ ବ୍ୟବସାୟ ଆରମ୍ଭ କରିଥିଲା । ସେତେ ବେଳେ ଏହାର ଭୁଜିଆ ଅତି ଅଳ୍ପ ଦରରେ ବିକ୍ରି ଆରମ୍ଭ ହୋଇଥିଲା । ପରେ ଏହା ଏତେ ଲୋକପ୍ରିୟ ହୋଇଥିଲା ଯେ ସାରା ଦେଶରେ ଏହାରର ବିକ୍ରି ଆରମ୍ଭ ହୋଇଥିଲା ।ଏବେ ସିଙ୍ଗାପୁର ଏବଂ ଆମେରିକାରେ ମଧ୍ୟ ଏହାର ଆଉଟଲେଟ୍‌ ରହିଛି ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories