www.samajalive.in
Sunday, December 14, 2025
23.1 C
Bhubaneswar

‘ଅଲଟରନେଟିଭ୍ ରିଦମ୍ ଥିଏଟର’ର ଦଶମ ସ୍ୱନକ୍ଷତ୍ର ଦିବସରେ ମଞ୍ଚସ୍ଥ ହେଲା ନାଟକ ‘ସିଡ଼ି’

ଢେଙ୍କାନାଳ ସଦର : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନାଟକ କ୍ଷେତ୍ରରେ ସଫଳତା ହାସଲ କରିଥିବା ନାଟ୍ୟାନୁଷ୍ଠାନ ‘ଅଲଟରନେଟିଭ୍ ରିଦମ୍ ଥିଏଟର’ର ଦଶମ ସ୍ୱନକ୍ଷତ୍ର ଦିବସ ଗୋପବନ୍ଧୁ ଟାଉନହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନାଟକ ‘ସିଡ଼ି’ ପରିବେଷିତ ହୋଇଯାଇଛି । ଜୀବନଟା ଏକ ସିଡ଼ି ଭଳି। ସେଇ ସିଡ଼ି କେବେ ଉପରକୁ ତ କେବେ ପୁଣି ତଳକୁ। କେବେ ସଫଳତା ଆଡକୁ ତ କେବେ ବିଫଳତା ଆଡକୁ। ତେବେ ସିଡ଼ି, ଗୋଟାଏ ନୁହେଁ। ଦୁଃଖ-ସୁଖ,ଭଲ-ମନ୍ଦ, ଛୋଟ-ବଡ ଆଦି କେତେ ପ୍ରକାରର ସିଡ଼ି। ଆଗକୁ ବଢିବା ପାଇଁ ମଣିଷକୁ ସେଇ ସିଡ଼ିରେ ଚଢିବାକୁ ହୁଏ। ଦିନ, ମାସ, ବର୍ଷ, ଭଲ, ମନ୍ଦ, ହାର୍, ଜିତ୍, ସଂଘର୍ଷର ସିଡ଼ି ଚଢୁ ଚଢୁ ଜୀବନର ସମୟ ସରିଯାଏ । ସାରା ଜୀବନ ବିତିଯାଏ ପରିବର୍ତନର ସିଡି ଚଢୁ ଚଢୁ। କେବେ କେବେ ସେହି ସିଡ଼ିରୁ ପଡ଼ି ଖଣ୍ଡିଆ ଖାବରା ହେଇ ମଧ୍ୟ ପୁଣି ଅଣନିଶ୍ୱାସୀ ହୋଇ ସିଡ଼ି ଚଢିବାକୁ ହୁଏ। ତେବେ ଦୁର୍ବଳ ସବୁବେଳେ ସବଳ ଦ୍ୱାରା ଶୋଷିତ ଆଉ ନିର୍ଯ୍ୟାତିତ। ଆଉ ସମାଜରେ, ତା ସହିତ ଯେତେବେଳେ ଦୁର୍ନିତୀ ଯୋଡି ହୋଇଯାଏ ସେତେବେଳେ ସମାଜର ଚିତ୍ର ମଧ୍ୟ ବଦଳିଯାଏ।

ଦୁର୍ନିତୀ ଓ ଲାଂଚ କବଳିତ ସମାଜର ସାମାଜିକ ଓ ଅର୍ଥନୈତିକ ପ୍ରଗତି ଗତିହୀନ ହୋଇପଡେ। ଏହି ନାଟକରେ ଚେସ ବୋର୍ଡର ଗୋଟି ସବୁ ପାଲଟି ଯାଇଛନ୍ତି ଭିନ୍ନ ଭିନ୍ନ ଚରିତ୍ର। ଆଉ ଆମ ଶାସନ ବ୍ୟବସ୍ଥାର ବିଭିନ୍ନ ରୁପକୁ ଏକ ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରକାଶ କରି ସୁନ୍ଦର ଏବଂ ସଶକ୍ତ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଆହ୍ୱାନ ଦେଉଛନ୍ତି ସେହି ଚରିତ୍ର ମାନେ। କାହାକୁ କିଛି ଦୋଷ ନଦେଇ, କେବଳ ନିଜର କର୍ତବ୍ୟ ଏବଂ ଦାୟୀତ୍ୱ ପ୍ରତି ସଚେତନ ରହି ରାଷ୍ଟ୍ର ନିର୍ମାଣର ମାର୍ଗକୁ ପ୍ରଶସ୍ତ କରିବାକୁ ପଣ କରୁଛନ୍ତି ଗଣତନ୍ତ୍ରର ଗଣ ମାନେ। ଏହା ହିଁ ହେଉଛି ‘ସିଡ଼ି’ର ମୁଖ୍ୟ କଥାବସ୍ତୁ। ଅଲଟର୍ନେଟିଭ୍ ରିଦମ ଥିଏଟରର ଅଧ୍ୟକ୍ଷା ଡଃ ପୁଷ୍ପଲତା ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନସଂଚାର ସଂସ୍ଥାନର ମୁଖ୍ୟ ଡ.ମୃଣାଳ ଚାଟାର୍ଜୀ, ସେଣ୍ଟ ଜାଭିୟର ହାଇସ୍କୁଲର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ, କାନପୁରା ପଂଚାୟତରାଜ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ, ଦିଲ୍ଲୀ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ବିଜୟ ସାହୁ ଓ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନବୀନ ଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ବ୍ୟକ୍ତିତ୍ୱ ବିକାଶ କ୍ଷେତ୍ରରେ ନାଟକ ଏକ ମହୌଷଧୀ ବୋଲି ଅତିଥି ମାନେ ପ୍ରକାଶ କରିବା ସହ ଏ କ୍ଷେତ୍ରରେ ଅଲ୍ଟର୍ନେଟିଭ୍ ରିଦମ୍ ଥିଏଟର୍ର ଭୁମିକାକୁ ପ୍ରଶଂସା କରିଥିଲେ। ଅନୁଷ୍ଠାନର ନିଦେ୍ର୍ଦଶକ ଦିନେଶ ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପ ସଭାପତି ମନୋହର ଶତପଥୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେବା ସହିତ ମଞ୍ଚ ପରିଚାଳନା କରିଥିଲେ।

- Advertisement -

କାମାକ୍ଷା ପ୍ରସାଦ ରଣା ଧନ୍ୟବାଦ ଅର୍ପଣ କରିଥିଲେ। ନାଟକରେ ବିଭିନ୍ନ ଭୁମିକାରେ ଅଲଟର୍ନେଟିଭ୍ ରିଦମ ଥିଏଟର ଏକାଡେମୀ ଆଣ୍ଡ ରିସର୍ଚ୍ଚର ଅଂଶିତ୍ ନନ୍ଦ,ନାନ୍ସି ମହାନ୍ତି, ସାଇଚନ୍ଦନ ଦାସ, ଆୟୁଷ ଦାସ, ଅନ୍ମୋଲ୍ ସ୍ୱାଇଁ, ରୁଦ୍ରାଂଶ ରାଜ୍, ଦୀପ୍ତାଂଶୁ ସାହୁ, ମିଲନ ଦାସ, ସ୍ୱସ୍ତିକ ସାହୁ , ଶ୍ରେୟାଂଶ ସିଂ ଓ ଆଦିତ୍ୟାନନ୍ଦ ଅଭିନୟ କରିଥିଲେ। ପୁଂଟୁ ମହାନ୍ତି ସଙ୍ଗୀତ ପରିଚାଳନା କରିଥିବା ବେଳେ ବିକାଶ ପ୍ରଧାନ ଆଲୋକ ରଚନା କରିଥିଲେ। ଦେବଯାନୀ ଦାସ ଏବଂ ତୁଷାରବାଳା ମହାନ୍ତି ନାଟ୍ୟ ପରିଚାଳନା କରିଥିବା ବେଳେ ଡଃ ପୁଷ୍ପଲତା ରଥ, ମନୋହର ଶତପଥୀ, କାମାକ୍ଷା ପ୍ରସାଦ ରଣା, ଜୟଦେବ ଶତପଥୀ, ପ୍ରମୋଦ କୁମାର ଦାସ, ହରେକୃଷ୍ଣ ସାହୁ, ଜୟଚନ୍ଦ୍ର ମହାପାତ୍ର, ଭୁବନମୋହନ ସ୍ୱାଇଁ, ଦେବକାନ୍ତ ମିଶ୍ର, ବିଜୟ ମିଶ୍ର, ମାଧବ ହେମ୍ବ୍ରମ, ପୁରୁଷୋତମ ବେହେରା, ରାମେଶ୍ୱରୀ ପଟ୍ଟନାୟକ, ବିଜୟ ମିଶ୍ର, ଆଶୁତୋଷ ପାଢୀ, ବିଶ୍ୱଜିତ ସାହୁ, ସତ୍ୟଜିତ ରାଉତ, ସୁଶାନ୍ତ କର ଓ ଦିନେଶ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories