www.samajalive.in
Saturday, December 6, 2025
15.1 C
Bhubaneswar

ବାଲ୍ୟ ବିବାହ ନିଷେଧ ପାଇଁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ

ବୌଦ୍ଧ: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ପକ୍ଷରୁ ବାଲ୍ୟ ବିବାହ ନିଷେଧ ପାଇଁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବାଲ୍ୟ ବିବାହ ନିଷେଧ ପାଇଁ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଆସନ୍ତା ତିନିମାସ ମଧ୍ୟରେ ୧୦୦ ଗ୍ରାମକୁ ଚିହ୍ନଟକରି ବାଲ୍ୟ ବିବାହ ରୋକିବା ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତ କରି ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା କରିବା ପାଇଁ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବ୍ଲକରୁ ଦୁଇଟି ଲେଖାଏଁ ଗ୍ରାମ ପଂଚାୟତକୁ ଚାଇଲ୍ଡ ଫ୍ରେଣ୍ଡଲି ପଂଚାୟତ ଭାବରେ ଗଠନ କରିବାକୁ ପରାମର୍ଶ ଦେବା ସହିତ ଜିଲ୍ଲାକୁ ସମ୍ପୁର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ବିଭାଗୀୟ ଅଧିକାରୀ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଳିତ ପ୍ରୟାସ କରିବାକୁ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ବାଲ୍ୟ ବିବାହ ଆଇନ ଏବଂ ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ବାଲ୍ୟ ବିବାହ ରୋକିବା ପାଇଁ ଏକ୍ସନ ପ୍ଲାନ ଉପସ୍ଥାପନ କରିଥିଲେ। ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଲ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶ ଯୋଗଦେଇ ପ୍ରତ୍ୟେକ ପଂଚାୟତ ସମ୍ମୁଖ ସ୍ଥାନରେ ବାଲ୍ୟ ବିବାହ ଆଇନ ଏବଂ ଦଣ୍ଡ ବିଧାନ ବ୍ୟବସ୍ଥାକୁ ହୋଡିଙ୍ଗ ମାଧ୍ୟମରେ ସାଧାରଣ ଲୋକଙ୍କ ସୂଚନା ପାଇଁ ଲଗାଇବାକୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଏନ.ସି. ଜ୍ୟୋତିରଞ୍ଜନ ନାଏକ ଯୋଗଦେଇ କିଶୋରି ବାଳିକା ଏବଂ ଶିଶୁ ସୁରକ୍ଷା ଉପରେ ନିଜର ମତ ଉପସ୍ଥାପନ କରିଥିଲେ। ଉପ-ଜିଲ୍ଲାପାଳ ଅବନି କୁମାର ମେହେର ଯୋଗଦେଇ ଶିଶୁ ସୁରକ୍ଷା ଉପରେ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତାର ବ୍ୟବସ୍ଥା କରିବା ପାଇଁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଏସପି, ବୌଦ୍ଧ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ, କଂଟାମାଳ ଓ ବୌଦ୍ଧ ସିଡିପିଓ, ଚାଇଲ୍ଡ ଲାଇନ ଡାଇରେକ୍ଟର ଓ ଜିଲ୍ଲାରେ କାମ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ, ରେଆର, ଲୋକ କଳା ବିକାଶ କେନ୍ଦ୍ର, ରାମକୃଷ୍ଣ ବାଳାଶ୍ରମର ସଂପାଦକ/କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ, ଏକ୍ସନଏଡ ଜିଲ୍ଲା ସଂଯୋଜକ ପ୍ରମୁଖ ଉପସ୍ଥିତ ରହି ନିଜର ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ୟୁନିଟର ରାଜେନ୍ଦ୍ର ମଲ୍ଲିକ, ସମରସେନ ସିଂ, ବସନ୍ତ ଦିଶିରୀ, ଚିତ୍ରସେନ ସାହୁ ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories