www.samajalive.in
Saturday, December 6, 2025
26.1 C
Bhubaneswar

ବାସଭବନରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ  ତାଙ୍କ ଭୁବନେଶ୍ବର ବାସଭବନରୁ ଉଠାଇ ନେଇଛି କ୍ରାଇମ୍‌ବ୍ରାଞ୍ଚ। ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ତାଙ୍କୁ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି । କ୍ରାଇମବ୍ରାଞ୍ଚ ଏ ସମ୍ପର୍କରେ ଟ୍ବିଟ୍ କରି ସୂଚନା ଦେଇଛି ।

- Advertisement -

ଅନ୍ୟପକ୍ଷରେ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ତାଙ୍କ ସ୍ବାମୀଙ୍କୁ କିଛି ଲୋକ କ୍ରାଇମବ୍ରାଞ୍ଚ ପରିଚୟ ଦେଇ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି । ତାଙ୍କ ସ୍ବାମୀଙ୍କ ଜୀବନ ପ୍ରତି ବିପଦ ରହିଛି, ଯଦି ତାଙ୍କର କିଛି ହୁଏ ସେଥିପାଇଁ ସେ ସମସ୍ତଙ୍କୁ କାଠଗଡ଼ାକୁ ଟାଣିବେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ସେ କହିଛନ୍ତି ।

ସୁଜାତାଙ୍କ ଅଭିଯୋଗ ଅନୁସାରେ  ଗୁରୁବାର ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ନିଜ ବାସଭବନରେ ଥିଲେ। ୪ଟି ଗାଡ଼ିରେ କିଛି ଲୋକ ଆସି କ୍ରାଇମ୍‌ବ୍ରାଞ୍ଚ ପରିଚୟ ଦେଇ ଉଠାଇ ଦେଇଥିଲେ। ନକ୍ସଲଙ୍କୁ ଉଠାଇ ନେଲା ଭଳି ପୂରା ବ୍ରିଗେଡ୍‌ ଆଣି ଆସି ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଇଥିଲେ । କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ କହି ତାଙ୍କ ସ୍ବାମୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଇଛନ୍ତି। ତେବେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ଅଫିସ୍‌ରେ ନ ଥିଲେ। ଏବେ ମୋ’ ସ୍ବାମୀଙ୍କ ପ୍ରତି ବିପଦ ରହିଛି। ମୋ’ ସ୍ବାମୀର କିଛି ଘଟିଲେ ସମସ୍ତଙ୍କୁ କାଠଗଡ଼ା ମଧ୍ୟକୁ ଟାଣିବି। ମୋ ପରିବାର ବିରୋଧରେ ଷଡ଼ଯନ୍ତ୍ର ଚାଲିଛି। ଆୟ ବହିର୍ଭୁତ ସମ୍ପତ୍ତି ସମ୍ପର୍କରେ ସମସ୍ତ ତଥ୍ୟ ଦେବାକୁ ଆମେ ପ୍ରସ୍ତୁତ ରହିଛୁ ବୋଲି ସୂଜାତା ପାଣିଗ୍ରାହୀ ସୂଚନା ଦେବା ସହ ଏଥିପାଇଁ ସରକାରଙ୍କ ପ୍ରତି ଅଙ୍ଗୁଳିନିର୍ଦେଶ କରିଛନ୍ତି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories