ଫାଇଜର ଟୀକା ଉପରେ ୭୦ ଦେଶର ୭୦% ଅଧିକ ଚିକିତ୍ସକଙ୍କ ବିଶ୍ବାସ
ଲଣ୍ଡନ: ଫାଇଜର ପ୍ରସ୍ତୁତ କୋଭିଡ଼ ଟୀକା ଉପରେ ବିଶ୍ବାସ ସ୍ଥାପନ କରିଛନ୍ତି ୭୦ ଦେଶର ୭୦% ଚିକିତ୍ସକ । ଏହି ଦେଶଗୁଡ଼ିକର ୩୦୦୦ରୁ ଅଧିକ ଡ଼ାକ୍ତରମାନଙ୍କଠାରୁ ସଂଗୃହୀତ ମତାମତ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ଦାବି କରାଯାଇଛି । ଏହି ଡ଼ାକ୍ତରମାନଙ୍କ ମଧ୍ୟରୁ ୭୦% ନିଜେ ଓ ନିଜ ପିରବାରକୁ ଏହି ଟୀକା ଦେବାକୁ ଇଚ୍ଛା କରୁଛନ୍ତି ଓ ଟୀକା ଉପରେ ବିଶ୍ବାସ କରୁଛନ୍ତି ବୋଲି କହିଛନ୍ତି । ମାତ୍ର ୧୩% ଡ଼ାକ୍ତର ଫାଇଜର ଟୀକା ନେବାକୁ ଅନିଚ୍ଛା ପ୍ରକାଶ କରିଥିବାବେଳେ ଅବଶିଷ୍ଟ ଡ଼ାକ୍ତରମାନେ ଏ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିବା କହିଛନ୍ତି ।
Comments are closed.