www.samajalive.in
Saturday, December 6, 2025
14.1 C
Bhubaneswar

ବିପଜ୍ଜନକ ନିଶା (ଡ଼୍ରଗ୍) ତାଲିକାରୁ ହଟିଲା ଗଞ୍ଜେଇ

ଭିଏନା: ମିଳିତ ଜାତିସଂଘ ବିଶ୍ବର ବିପଜ୍ଜନକ ନିଶା (ଡ଼୍ରଗ୍) ତାଲିକାରୁ ଗଞ୍ଜେଇକୁ ବାଦ ଦେଇଛି । ନାରକୋଟିକ୍ସ ସଂକ୍ରାନ୍ତ ୧୯୬୧ କନଭେନସନ ତାଲିକାରୁ ଗଞ୍ଜେଇର ପତ୍ର ଓ ଗଞ୍ଜେଇର କଢ଼କୁ ବାଦ ଦେବା ନିମନ୍ତେ ହୋଇଥିବା ଭୋଟ ୨୭-୨୫ ଭୋଟରେ ଗୃହୀତ ହୋଇଛି । ଫଳରେ ଆନ୍ତର୍ଜାତିକସ୍ତରରେ ଗଞ୍ଜେଇ ଆଉ ବିପଜ୍ଜନକ ନିଶା ତାଳିକାରେ ରହିବ ନାହିଁ ବୋଲି ଭିଏନାସ୍ଥିତ ମିଳିତ ଜାତିସଂଘର ଏଜେନ୍ସି ପକ୍ଷରୁ କୁହାଯାଇଛି । ପୂର୍ବରୁ ହିରୋଇନ, ଅଫିମ ପରି ବିପଜ୍ଜନକ ଡ଼୍ରଗ୍ସ ସୂଚୀରେ ଗଞ୍ଜେଇକୁ ସାମିଲ କରାଯାଇଥିଲା ।

ମିଳିତ ଜାତିସଂଘ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ କୋକେନ, ଫେଣ୍ଟାନିଲ, ମର୍ଫିନ, ମେଟାଡ଼ୋନ, ଅଫିମ ଆଦି ସହ ଗଞ୍ଜେଇକୁ ୪ର୍ଥ ସିଡ଼୍ୟୁଲ୍ସ ଡ଼୍ରଗରେ ସାମିଲ କରାଯାଇଥିଲା । ଗତକାଲି ଏ ସଂକ୍ରାନ୍ତରେ ହୋଇଥିବା ଭୋଟରେ ଅନେକ ରାଷ୍ଟ୍ର ଗଞ୍ଜେଇକୁ ବିପଜ୍ଜନକ ଡ଼୍ରଗ୍ସ ତାଲିକାରୁ ବାଦ ଦେବାକୁ ମତ ଦେଇଥିଲେ । କାନାଡ଼ା ଓ ଉରୁଗୁଏ ଆଦି ଦେଶରେ ଗଞ୍ଜେଇ ବିକ୍ରି ଓ ବ୍ୟବହାରକୁ ଆଇନଗତ କରିଛନ୍ତି । ମାତ୍ର ଅନେକ ଦେଶରେ ଏବେ ବି ଗଞ୍ଜେଇ ବିକ୍ରି ଓ ବ୍ୟବହାର ଲାଗି ନିଷେଧାଦେଶ ରହିଛି ଏବଂ ଏହାକୁ ଅପରାଧ ଭାବରେ ଗଣାଯାଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories