ଭୁବନେଶ୍ଵର: ଭୁବନେଶ୍ଵରରେ ଟାଟା ପାଓ୍ବାର କମ୍ୟୁନିଟି ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ନ୍ୟୁରୋ ଡାଇଭରସିଟି ସମର୍ଥନରେ ତାନ୍ଭି ଦି ଗ୍ରେଟ୍ ର ସ୍ଵତନ୍ତ୍ର ପ୍ରଦର୍ଶନ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ଅଟିଜିମ୍ରେ ପୀଡିତ ବ୍ୟକ୍ତି ଏବଂ ବ୍ୟାପକ ନ୍ୟୁରୋଡାଇଭରସିଟି ଗୋଷ୍ଠୀ ଭିତରେ ସଚେତନତା, ବୁଝାମଣା ଏବଂ ଅନ୍ତର୍ଭୁକ୍ତିକରଣକୁ ସୁଦୃଢ କରିବା। ଏହି ଅବସରରେ ଟାଟା ପାଓ୍ବାର ଡିସକମ୍ ଗୁଡିକର ବରିଷ୍ଠ ଅଧିକାରୀ, ଟାଟା ପାଓ୍ବାର କର୍ମଚାରୀ , ୨୯୫ ଜଣ ନ୍ୟୁରୋ ଡାଇଭରସିଟିରେ ପୀଡିତ ଛାତ୍ରଛାତ୍ରୀ , ଅଭିଭାବକ, ଶିକ୍ଷାଦାତା , ଏନଜିଓ ସହଯୋଗୀ ପ୍ରମୁଖ ଯୋଗଦେଇଥିଲେ।




