www.samajalive.in
Friday, December 5, 2025
17.1 C
Bhubaneswar

ସମୁଦ୍ର ମଝିରେ ଅବସ୍ଥିତ ୬୦୦ ବର୍ଷର ପୁରୁଣା ମନ୍ଦିର, ଯାହା ବିଷାକ୍ତ ସାପ ଦ୍ୱାରା ସୁରକ୍ଷିତ!

ସମାଜ ପୋର୍ଟାଲ ଡେସ୍କ (ବୈଜୟନ୍ତୀ): ଯଦିଓ ଭାରତ ସମେତ ସମଗ୍ର ବିଶ୍ୱରେ ମନ୍ଦିରର ଅଭାବ ନାହିଁ, କିନ୍ତୁ ଇଣ୍ଡୋନେସିଆରେ ଅବସ୍ଥିତ ଏକ ମନ୍ଦିର ଅତ୍ୟନ୍ତ ସ୍ୱତନ୍ତ୍ର। ଏହି ମନ୍ଦିର ସାଗର ଉପକୂଳରେ ଅବସ୍ଥିତ ଏକ ବଡ଼ ପର୍ବତ ଉପରେ ନିର୍ମିତ। ହଜାରେ ବର୍ଷ ମଧ୍ୟରେ ସମୁଦ୍ର ଜୁଆର ମାଡରେ ଏହି ପର୍ବତ ଏବେ ଛୋଟ ପଥର ଖଣ୍ଡରେ ପରିଣତ ହୋଇଛି। କିନ୍ତୁ ଏହି ନିଆରା ମନ୍ଦିର ନିର୍ମାଣର କାହାଣୀ ମଧ୍ୟ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ଯାହା ଜାଣି​‌ଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ….

ଇଣ୍ଡୋନେସିଆର ବାଲି ସହରରେ ଥିବା ଏହି ମନ୍ଦିର ‘ତାନା ଲଟ୍’ ନାମରେ ବେଶ୍‌ ଜଣାଶୁଣା। ବାସ୍ତବରେ, ସ୍ଥାନୀୟ ଭାଷାରେ ‘ତାନା ଲଟ୍’ ର ଅର୍ଥ ସମୁଦ୍ର ସ୍ଥଳ। ବାଲି ସହରର ସମୁଦ୍ର କୂଳରେ ଥିବା ୭ଟି ମନ୍ଦିର ମଧ୍ୟରୁ ଏହି ମନ୍ଦିରଟି ଏକଦମ୍ ନିଆରା। କାରଣ ଏହାର ବିଶେଷତ୍ୱ ​​ହେଉଛି ମନ୍ଦିରଟି ଶୃଙ୍ଖଳ ବା ଜଞ୍ଜିର ଆକାରରେ ନିର୍ମିତ। ଯାହା ଅନ୍ୟ ମନ୍ଦିର ଠାରୁ ସ୍ପଷ୍ଟ ବାରି ହୋଇ ପଡେ।

- Advertisement -

୧୯୮୦ ମସିହାରେ ଏହି ମନ୍ଦିର ଉପରେ ଥିବା ପଥରଖଣ୍ଡ ଦୁର୍ବଳ ହେବାକୁ ଲାଗିଲା। ଏହା ପରେ ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳ ବିପଦପୂର୍ଣ୍ଣ ଘୋଷଣା କରାଗଲା। ପରେ ଜାପାନ ସରକାରଙ୍କ ସାହାଯ୍ୟରେ ଇଣ୍ଡୋନେସିଆ ସରକାର ଏହାକୁ ଉଦ୍ଧାର କରିଥିଲେ। ମନ୍ଦିରର ପ୍ରାୟ ଏକ ତୃତୀୟାଂଶକୁ କୃତ୍ରିମ ପଥରରେ ଆଚ୍ଛାଦିତ କରାଯାଇ ଏକ ନୂଆ ରୂପ ଦିଆଗଲା।

କୁହାଯାଏ, ୧୫ତମ ଶତାବ୍ଦୀରେ ନିରର୍ଥ ନାମକ ଜଣେ ପୁରୋହିତଙ୍କ ଦ୍ୱାରା ଏହି ମନ୍ଦିର ନିର୍ମିତ ହୋଇଥିଲା। ସମୁଦ୍ର କୂଳରେ ବୁଲି ବୁଲି ସେ ଏହି ସ୍ଥାନରେ ପହଞ୍ଚିଥିଲେ। ଏହି ସୌନ୍ଦର୍ଯ୍ୟମୟ ସ୍ଥାନକୁ ସେ ଖୁବ୍ ପସନ୍ଦ କରିଥିଲେ। ସେହି ଦିନ ସେଠାରେ ସେ ରାତି କଟାଇଥିଲେ। ପରେ ସେଠାରେ ସେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ନିକଟସ୍ଥ ମତ୍ସ୍ୟଜୀବୀମାନଙ୍କୁ ଡାକି ସେହି ସ୍ଥାନରେ ସମୁଦ୍ର ଦେବତାଙ୍କ ମନ୍ଦିର ନିର୍ମାଣ କରିଥିଲେ। ସେହି ମନ୍ଦିରରେ ମଧ୍ୟ ପୁରୋହିତ ନିରର୍ଥଙ୍କୁ ପୂଜା କରାଯାଏ।

ବିଶ୍ବାସ କରାଯାଏ ଯେ, ପର୍ବତ ତଳେ ଥିବା ଏକ ବିରାଟକାୟ ବିଷାକ୍ତ ସାପ ଏହି ମନ୍ଦିରକୁ ରକ୍ଷା କରିଥାଏ। ଏହା ମଧ୍ୟ ଶୁଣିବାକୁ ମିଳେ ଯେ, ପୁରୋହିତ ନିରର୍ଥ ନିଜ ଶକ୍ତି ଦ୍ବାରା ଏହି ସମୁଦ୍ର ସାପକୁ ସୃଷ୍ଟି କରିଥିଲେ। ଯିଏ ବର୍ତ୍ତମାନ ସୁଦ୍ଧା ମନ୍ଦିରର ସୁରକ୍ଷା ଦାୟିତ୍ବରେ ନିୟୋଜିତ ରହିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories