www.samajalive.in
Saturday, December 6, 2025
15.1 C
Bhubaneswar

ଚତୁର ବେପାରୀ: କ୍ଷୀର କ୍ୟାନରେ ମଦ ଚାଲାଣ

ନୂଆଦିଲ୍ଲୀ: କଥାରେ ଅଛି ବେପାରୀଙ୍କୁ ବଳ ନାହିଁ । କେଉଁ ଛନ୍ଦରେ କେମିତି ସାମଗ୍ରୀ ଚାଲାଣ କରିବେ ତାହା କେହି ଟେର୍ ପାଇବେ ନାହିଁ । ଆଉ ଏବେ ଲକ୍ଡ଼ାଉନ ବେଳେ ମଦ ଦୋକାନ ବନ୍ଦ ରହିଥିବାବେଳେ ଜଣେ ଚତୁର ବେପାରୀ କ୍ଷୀର କ୍ୟାନରେ ମଦ ଚାଲାଣ କରୁଥିବାବେଳେ ଧରା ପଡ଼ିଛନ୍ତି । କ୍ଷୀରକୁ ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାୟଭୁକ୍ତ କରିଛନ୍ତି ସରକାର । ତେଣୁ କ୍ଷୀର ବିକ୍ରି ଓ ଚାଲାଣ ପାଇଁ କୌଣସି ପ୍ରତିବନ୍ଧକ ନାହିଁ । ଏହାର ସୁଯୋଗରେ ଉତ୍ତରପ୍ରଦେଶ ବୁଲନ୍ଦ ସହରର ଜଣେ ଚୋରା ମଦ ବେପାରୀ କ୍ଷୀର କେନରେ ମଦ ନେଇ ମଦୁଆଙ୍କ ପାଖରେ ପହଞ୍ଚାଇ ଦେଉଥିଲେ । ଗତ କିଛିଦିନ ହେଲା ବେପାର ଠିକ୍ ଚାଲିଥିଲା । ମାତ୍ର ଜଣେ ମଦୁଆ ଠିକ୍ ସମୟରେ ମଦ ନ ପାଇବାରୁ ଏ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲା। ପୁଲିସ କ୍ଷୀର କ୍ୟାନ୍ ନେଇ ଯାଉଥିବା ବେପାରୀକୁ ଧରିବା ପରେ ସବୁ ରହସ୍ୟ ପଦାକୁ ଆସିଥିଲା। ପୁଲିସ ସମ୍ପୃକ୍ତ ଚୋରା ମଦ ବ୍ୟବସାୟୀକୁ ଗିରଫ କରିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories