ତାମିଲନାଡୁ ଗୁଟ୍‍କା ଦୁର୍ନୀତି: ସିବିଆଇର ମାମଲା ରୁଜୁ

0

ଚେନ୍ନଇ : ତାମିଲନାଡୁର ବହୁ ଚର୍ଚ୍ଚିତ ଗୁଟକା ଦୁର୍ନୀତିର ତଦନ୍ତ ପାଇଁ ସିବିଆଇ ବୁଧବାର ମାମଲା ରୁଜୁ କରିଛି। ସିବିଆଇ ଏହାର ମାମଲାରେ କେନ୍ଦ୍ରୀୟ ଅବକାରୀ ବିଭାଗ, ତାମିଲନାଡୁ ସରକାର, ଖାଦ୍ୟ ସୁରକ୍ଷା ବିଭାଗର ବେନାମୀ ଅଫିସର, ସରକାରୀ ଚାକିରିଆ ଓ ଘରୋଇ ବ୍ୟକ୍ତି ବିଶେଷଙ୍କୁ ପକ୍ଷଭୁକ୍ତ କରାଯାଇଛି। ଧାରା ୧୨୦ବି ଫୌଜଦାରୀ ଷଡଯନ୍ତ୍ର ଓ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ସିବିଆଇର ଦୁର୍ନୀତି ନିବାରଣ ୟୁନିଟ୍‍-୩ ନୂଆଦିଲ୍ଲୀ ଏହି ମାମଲା ରୁଜୁ କରିଛି। ତାମିଲନାଡୁର ଏହି ବହୁ ଚର୍ଚ୍ଚିତ ଗୁଟକା ଦୁର୍ନୀତି ସମ୍ପର୍କରେ ୨୦୧୭ ଜୁନ୍‍ରେ ‘ଦ ହିନ୍ଦୁ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ଦୁର୍ନୀତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସି ବିଜୟ ଭାସ୍କର, ଡିଜିପି ପାହ୍ୟାର ଅଫିସର ଟି କେ ରାଜେନ୍ଦ୍ରନ ଓ ଏସ୍‍ ଜର୍ଜ ପ୍ରମୁଖ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ସିବିଆଇର ତଦନ୍ତ ପୂର୍ବରୁ ଭିଜିଲାନ୍ସ ଓ ଦୁର୍ନୀତି ନିବାରଣ ନିର୍ଦେଶାଳୟ (ଡିଭିଏସି)ଏହି ଘଟଣାର ତଦନ୍ତ କରିଥିଲା। ମାତ୍ର ଡିଭିଏସି ନିର୍ଦ୍ଧାରିତ ୬ମାସ ମଧ୍ୟରେ ଅଭିଯୋଗଫର୍ଦ ଦାଖଲ କରିପାରି ନଥିଲା। ପରବର୍ତ୍ତୀ ସମୟରେ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦେଶକ୍ରମେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଛି।

Leave A Reply