ଓଡ଼ିଆ ଚଳଚ୍ଚିତ୍ର ‘ନିଝୁମ୍ ରାତିର ସାଥୀ’ରୁ ଓଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ ବ୍ରହ୍ମପୁର ଲଳନା ତମନ୍ନା। ଏଥିରେ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ଜ୍ୟୋତି। ଚିତ୍ରଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବା ସହ ତମନ୍ନା ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଏହି ଚିତ୍ରର ସଫଳତା ପରେ ସେ ‘ପ୍ରେମ୍ କୁମାର’, ‘ବ୍ଲାକ୍ମେଲ୍’, ‘ପ୍ରେମ ତୋର ନଟି ନଟି’, ‘ଗୋଲମାଲ ଲଭ୍’, ‘ଚୁମ୍ବକ’ ପ୍ରଭୃତିରେ ଦେଖାଦେଇଥିଲେ।
ପ୍ରତିଟି ଚିତ୍ରରେ ଚମତ୍କାର ଅଭିନୟ କରି ଦର୍ଶକଙ୍କୁ ଛୁଇଁ ପାରୁଥିବା ଏହି ଚୁଲବୁଲି ନାୟିକା ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ତେଲୁଗୁ ଚିତ୍ର ‘ଭେଇ ଶୁଭମୁଲୁ କାଲୁଗୁ ନିକୁ’କୁ ନେଇ। ତେଲୁଗୁ ଚିତ୍ର ଜଗତର ପରିଚିତ ଚେହେରା ବିଜୟ ରାଜାଙ୍କ ବିପକ୍ଷରେ ସେ ଏଥିରେ ଅଭିନୟ କରିଛନ୍ତି। ରାମ୍ସ ରାଠୋଡ଼ଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଚିତ୍ରକୁ ନେଇ ତମନ୍ନା ବେଶ୍ ଆଶା ବାନ୍ଧିଛନ୍ତି। ଏଥିରେ ତାଙ୍କୁ ଏକ ଚାଲେଞ୍ଜିଂ ଭୂମିକା ମିଳିଥିବା ସେ କହିଛନ୍ତି



