www.samajalive.in
Saturday, December 6, 2025
16.1 C
Bhubaneswar

ଅନ୍ତିମ ଯାତ୍ରାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀରକୁ ତାଙ୍କ ୧୦ ରାଜାଜୀ ମାର୍ଗ ସ୍ଥିତ ବାସଭବନରୁ ଲୋଧି ରୋଡ଼ ସ୍ଥିତ ଶ୍ମଶାନ ଘାଟକୁ ନିଆଯାଉଛି। ସେଠାରେ ସ୍ବର୍ଗତ ମୁଖାର୍ଜୀଙ୍କ ପ୍ରିୟ ପରିଜନ ଉପସ୍ଥିତ ଅଛନ୍ତି। କରୋନା ସଂକ୍ରମଣ ଜନିତ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଉଛି। ସ୍ବର୍ଗତ ମୁଖାର୍ଜୀଙ୍କ ଶେଷ ଯାତ୍ରାରେ ବହୁ ରାଜନେତା, ପରିଜନ ଓ ସାଧାରଣ ଲୋକେ ସାମିଲ ହୋଇଛନ୍ତି। ଗତକାଲି ସେ ଦିଲ୍ଲୀର ଏକ ସାମରିକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତିନି ସେନାର ମୁଖ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତିଙ୍କ ପାର୍ଥିବ ଶରୀରକୁ ଆଜି ତାଙ୍କ ସରକାରୀ ବାସଭବନ ରାଜଜୀ ମାର୍ଗକୁ ଅଣାଯାଇଥିଲା ଯେଉଁଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖାର୍ଜୀଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନ ୨ଟାରେ ଲୋଧି ରୋଡ ଶ୍ମଶାନରେ ଅନୁଷ୍ଠିତ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories