www.samajalive.in
Saturday, December 6, 2025
26.1 C
Bhubaneswar

ବଜ୍ରାଘାତରେ ଗଲା ୬ ଜୀବନ: କେନ୍ଦୁଝରରେ ୪ ଓ ବାଲେଶ୍ବରରେ ୨

କେଶଦୁରାପାଳ/ବାଲେଶ୍ବର : ମଙ୍ଗଳବାର ରାଜ୍ୟରେ ବଜ୍ରପାତ ନେଇଛି ୬ ଜୀବନ।  ଆଜି କେନ୍ଦୁଝର ଜିଲାରୁ ବଜ୍ରପାତରେ ୪ ଜଣଙ୍କର  ଜୀବନ ଯାଇଥିବା ବେଳେ ବାଲେଶ୍ବରରୁ ୨ ଜଣଙ୍କର ଜୀବନ ଯାଇଛି। ସୂଚନା ଅନୁସାରେ ବାଲେଶ୍ବର ଜିଲା ଜଳେଶ୍ବର ଏବଂ ବସ୍ତାରୁ ଜଣେ ଲେଖାଏଁ ବଜ୍ରପାତରେ ମୃତ୍ୟୁବରଣ କରିଥିବା ବେଳେ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରୁ ୪ ଜଣ ପ୍ରାଣ ହରାଇଛନ୍ତି।

କେନ୍ଦୁଝର ଜିଲାର ନନ୍ଦିପଦା ଥାନା ଅନ୍ତର୍ଗତ ବାହାରୀପୁର ଗ୍ରାମର ବଲ୍ଲଭ ବେହେରା ରାମ୍ପସ ଗ୍ରାମକୁ ବିଲରେ କାମ କରିବା ପାଇଁ ଯାଇଥିବା ବେଳେ ଖୁବ୍‌ ଜୋରରେ ବର୍ଷା ହେବା ସହିତ ଘଡ ଘଡି ବିଜୁଳି ମାରିଥିଲା। ଫଳରେ ବଲ୍ଲଭ ବେହେରା ଗୁରୁତର ଭାବେ ଆହାତ ହୋଇଥିଲେ । ୧୦୮ ଯୋଗେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା କୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ନନ୍ଦିପଦା ଥାନା ଅନ୍ତର୍ଗତ ଇଞ୍ଚୋଳ ଗ୍ରାମର ଗଣେଷ ଜେନା ବିଲକୁ ଘାସ କଟିବାକୁ ଯାଇଥିବା ବେଳେ ଖୁବ୍‌ ଜୋରରେ ବର୍ଷା ହେବା ସହିତ ଘଡ ଘଡି ବିଜୁଳି ମାରିଥିଲା। ଫଳରେ ଗଣେଷ ସେଠାରେ ଟଳି ପଡିଥିଲା। ପରେ ତାଙ୍କୁ ୧୦୮ ଯୋଗେ ଆନନ୍ଦପୁର ଡାକ୍ତରଖାନା କୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଡ଼ବା ନ୍ଦୋଗଡା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମୁଣ୍ଡା ବିଲକୁ ଘାସ କଟିବାକୁ ଯାଇଥିବା ବେଳେ ଖୁବ୍‌ ଜୋରରେ ସହିତ ଘଡ ଘଡି ବିଜୁଳି ମାରିଥିଲା। ଫଳରେ ପୂର୍ଣ୍ଣଚନ୍ଦ୍ର ମୁଣ୍ଡା ଗୁରୁତର ଆହତ ପାଇଥିଲେ ।ପୂର୍ଣ୍ଣଚନ୍ଦ୍ରକୁ ୧୦୮ ଯୋଜେ ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସମସ୍ତ ଙ୍କ ମୃତଦେହକୁ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories