www.samajalive.in
Saturday, December 6, 2025
14.1 C
Bhubaneswar

ଆଫଗାନିସ୍ତାନରେ ବଦଳୁଛି ସ୍ଥିତି! ଶିଖ ଓ ହିନ୍ଦୁଙ୍କୁ ସେମାନଙ୍କ ସମ୍ପତ୍ତି ଫେରାଇବେ ତାଲିବାନ ଶାସକ

କାବୁଲ: ଆଫଗାନିସ୍ତାନର ତାଲିବାନ ଶାସକଙ୍କ ମନୋଭାବରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଦେଶରେ ବସବାସ କରୁଥିବା ଶିଖ ଓ ହିନ୍ଦୁମାନଙ୍କୁ ସେମାନଙ୍କ ଜମି ଫେରସ୍ତ ଦେବା ପାଇଁ ତାଲିବାନ ଶାସକ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ମିଳିଛି। ଏହି ଜମିକୁ ପୂର୍ବ ତାଲିବାନ ଶାସନ ସମୟର କିଛି ଶକ୍ତିଶାଳୀ ଯୁଦ୍ଧଖୋର ଶକ୍ତି ଜବରଦଖଲ କରିରଖିଛନ୍ତି। ୨୦୨୧ରେ ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ ସମୟରେ ବହୁ ସଂଖ୍ୟକ ହିନ୍ଦୁ ଓ ଶିଖ ଭୟରେ ନିଜ ସମ୍ପତ୍ତି ଛାଡ଼ି ସେଠାରୁ ପଳାଇ ଆସିଥିଲେ। ଭାରତ ସରକାର ସେମାନଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ଫେରାଇ ଆଣିବା ବ୍ୟବସ୍ଥା କରିଥିଲେ। ଏହି ସମୟରେ କାନାଡ଼ା ପଳାଇଯାଇ ସେଠାରେ ଆଶ୍ରୟ ନେଇଥିବା ପୂର୍ବତନ ଆଫଗାନିସ୍ତାନ ପାର୍ଲାମେଣ୍ଟର ଜଣେ ମାତ୍ର ସଂଖ୍ୟାଲଘୁ ସଦସ୍ୟ ତଥା ଶିଖ ନେତା ନରେନ୍ଦ୍ର ସିଂହ ଖାଲ୍‌ସା ଚଳିତ ମାସ ୯ରେ ଆଫଗାନିସ୍ତାନକୁ ଫେରିଥିବାରୁ ଶାସକଙ୍କ ମତିଗତି ପରିବର୍ତ୍ତନର ସୂଚନା ମିଳିଛି। ଆଫଗାନିସ୍ତାନର ଜମି ଜବରଦଖଲ ନିରୋଧୀ ଓ ପୁନଃସଂସ୍ଥାପନ ଆୟୋଗ ଏବେ ଶିଖ ଓ ହିନ୍ଦୁଙ୍କ ଜମି ଜବରଦଖଲ ସଂକ୍ରାନ୍ତ ମାମଲାଗୁଡ଼ିକର ଅନୁଧ୍ୟାନ କରୁଛନ୍ତି। ଏଥିସହିତ ଦେଶର ନ୍ୟାୟ ବିଭାଗ ପକ୍ଷରୁ ବାସଚ୍ୟୁତ ଶିଖ ଓ ହିନ୍ଦୁଙ୍କୁ ସେମାନଙ୍କ ଜମି ତଥା ଅନ୍ୟ ସ୍ଥାବର ସମ୍ପତ୍ତି ଫେରସ୍ତ ଉଦ୍ୟମ ଆରମ୍ଭ କରିଛି। ନ୍ୟାୟ ବିଭାଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଆୟୋଗ ଶିଖ ଓ ହିନ୍ଦୁଙ୍କୁ ପୂର୍ବରୁ ସେମାନଙ୍କ ମାଲିକାନାରେ ଥିବା ସମସ୍ତ ସମ୍ପତ୍ତି ପ୍ରତ୍ୟାହାର ତଦାରଖ କରୁଥିବା କହିଛନ୍ତି ସରକାରୀ ମୁଖପାତ୍ର ସିହେଲ ସାହିନ୍‌। ସାହିନ୍‌ଙ୍କ ସୂଚନାନୁଯାୟୀ, ତାଲିବାନ ଅଧିକାରୀଙ୍କ ସହ ଶିଖ ଓ ହିନ୍ଦୁ ସମ୍ପ୍ରଦାୟର ପ୍ରତିନିଧିମାନେ ନିୟମିତ ଆଲୋଚନା ଚଳାଇଛନ୍ତି। ଗତ ତିନି ବର୍ଷ ଧରି ଏହି ଆଲୋଚନା ପର୍ଯ୍ୟାୟକ୍ରମେ ଜାରି ରହିଛି। ଭାରତ ସରକାର ଏହାକୁ ସକାରାତ୍ମକ ଦୃଷ୍ଟିଭଙ୍ଗୀରେ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନରେ ଶିଖ ଓ ହିନ୍ଦୁମାନେ ସଂଖ୍ୟାଲଘୁ। ଆଫଗାନ ଜନସଂଖ୍ୟା ତୁଳନାରେ ଏମାନଙ୍କ ସଂଖା ମାତ୍ର ୧ ପ୍ରତିଶତ। ବାରମ୍ବାର ସେମାନଙ୍କ ଉପରେ ଆକ୍ରମଣ ଯୋଗୁଁ ହିନ୍ଦୁ ଓ ଶିଖମାନେ ଆଫଗାନିସ୍ତାନ ଛାଡ଼ି ପଳାଇ ଆସୁଥିଲେ। ଗୁରୁଦ୍ବାର ଓ ମନ୍ଦିର ଉପରେ ଅଧିକ ଆକ୍ରମଣ ହେଉଥିଲା। ୨୦୨୨ରେ କାବୁଲସ୍ଥିତ ଐତିହାସିକ କର୍ତ୍ତ-ଇ-ପରୱାନ୍‌ ଗୁରୁଦ୍ବାର ଉପରେ ଆଇଏସ୍‌ ଆତଙ୍କବାଦୀ ଗୋଷ୍ଠୀ ଶିଖ ଓ ହିନ୍ଦୁଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଆଫଗାନିସ୍ତାନରୁ ଶେଷ ଦଫା ଶିଖ ଓ ହିନ୍ଦୁ ପଳାୟନ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତରେ ଶରଣାର୍ଥୀ ଭାବେ ରହି ଆସୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories