ତାଲପଦର : ବରଗଡ଼ ଜିଲା ବିଜେପୁର ଥାନା ଅର୍ନ୍ତଗତ ତାଲପଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ଅବସର କାଳୀନ ସମ୍ବଦ୍ଧନା ସଭା ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବରାଜ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୪୦ ବର୍ଷ ଧରି ସଫଲତାର ସହ ନିଜ କାର୍ଯ୍ୟ ପ୍ରତିପାଦିତ କରି ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା ପ୍ରସଂଶାର ପାତ୍ର ହୋଇଥିବା ସ୍କୁଲର ଚତୁର୍ଥ କର୍ମଚାରୀ ଶ୍ରୀଯୁକ୍ତ ଗୋବିନ୍ଦ ନେପାକ ବୁଧବାର ଅବସର ନେଇଛନ୍ତି। ଉକ୍ତ ଅବସର କାଳୀନ ସଭାରେ ଶିକ୍ଷକ ସୋମନାଥ ପଧାନ, କୈଲାଶ ରାଜହଂସ, ଶ୍ରୀ ନେପାକଙ୍କ ଦୀର୍ଘ କର୍ମମୟ ଜୀବନ ଉପରେ ଆଲୋକ ପାତ କରିଥିବା ବେଳେ ସଭାକୁ ସଂଯୋଜନା କାରିଥିଲେ ଶିକ୍ଷକ ହରିହର ବିଶ୍ୱାଳ ଓ ଦଶମ ଶ୍ରେଣୀର ଛାତ୍ରୀମାନେ ପ୍ରାରମ୍ବିକ ସଙ୍ଗିତ ଗାନ କାରିଥିଲେ।
Popular Categories



