www.samajalive.in
Sunday, December 14, 2025
19.1 C
Bhubaneswar

ତାଲବ ଗ୍ରାମର ପ୍ରସିଦ୍ଧ ବଏଲ ଯାତ୍ରା

ସମ୍ବଲପୁର : ସମ୍ବଲପୁରର ଉପଲକଣ୍ଠସ୍ଥ ତାଲବ ଗ୍ରାମରେ ପ୍ରସିଦ୍ଧ ବଏଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତାଲବ ଗ୍ରାମର ବଏଲ ଯାତ୍ରାର ବିଶେଷତ୍ୱ ହେଉଛି ଯେ ଏଠାରେ ମାଁ ସମେଲଶ୍ୱରୀ ଦେବୀଙ୍କ ପୂଜା ସମୟରେ କୌଣସି ପଶୁବଳି ଦିଆଯାଏ ନାହିଁ ଏବଂ ଯାତ୍ରା ଉପଲକ୍ଷେ ମାଁଙ୍କ ନିକଟରେ ଜୁଗାର ଭୋଗ ଅର୍ପଣ କରାଯାଇଥାଏ । ଚଳିତ ବର୍ଷ ଦେଢ଼ କୁଇଣ୍ଟାଲ ଧାନରୁ ପ୍ରସ୍ତୁତ ଲିଆ ଓ ଏକ କୁଇଣ୍ଟାଲ ଗୁଡରୁ ନିର୍ମିତ ୧୧ ଫୁଟ ଉଚ୍ଚତା ବିଶିଷ୍ଟ ଜୁଗାର ମାଁଙ୍କୁ ଭୋଗ ରୂପେ ଅର୍ପଣ କରାଯାଇଥିଲା। ଗ୍ରାମର ସମଲେଶ୍ୱରୀ ପୂଜା କମିଟି ତରଫରୁ ଆୟୋଜିତ ଏହି ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ ବରୁଆ ଆସିଥାଏ। ଏହା ପରେ ପାରମ୍ପରିକ ବାଦ୍ୟ ତାଳରେ ବରୁଆ ସମଗ୍ର ଗ୍ରାମରେ ଭ୍ରମଣ କରିଥାନ୍ତି। ଏହି ସମୟରେ ମାନସିକ ଧାରୀ ଭକ୍ତ ମାନେ ବରୁଆ ଭ୍ରମଣ କରୁଥିବା ରାସ୍ତାରେ ପୂଜାର୍ଚ୍ଚନା ପାଇଁ ପୂଜା ସାମଗ୍ରୀ ଧରି ଅପେକ୍ଷା କରିଥାନ୍ତି। ଶତାଧିକ ବର୍ଷ ପୁରାତନ ଏହି ଐତିହାସିକ ବଏଲ ଯାତ୍ରା ସମୟରେ ପୂର୍ବରୁ ମାନସିକ ରଖିଥିବା ବ୍ୟକ୍ତି ତାଙ୍କର ମନୋକାମନା ପୂରଣ ହେଲେ ସେମାନେ ପଶୁବଳି ବଦଳରେ ଜୁଗାର ଆଣି ମାଁଙ୍କୁ ଅର୍ପଣ କରି କୃତଜ୍ଞତା ଅର୍ପଣ କରିଥାନ୍ତି । ବର୍ଷକୁ ଥରେ ଆୟୋଜିତ ହେଉଥିବା ଏହି ବଏଲ ଯାତ୍ରାରେ ଆଖାପାଖ ଗ୍ରାମର ହଜାର ହଜାର ଭକ୍ତ ସାମିଲ ହୋଇଥିଲେ। ସାଧାରଣତଃ ବଏଲ ଯାତ୍ରା କହିଲେ ପଶୁବଳି କୁ ବୁଝାଯାଉଥିବା ବେଳେ ତାଲବ ଗ୍ରାମର ବଏଲ ଯାତ୍ରାରେ ଲିଆ ଓ ଗୁଡରୁ ନିର୍ମିତ ଜୁଗାର ମାଁ ଙ୍କୁ ଅର୍ପଣ କରାଯାଉଥିବାରୁ ଶତାଧିକ ବର୍ଷ ହେବ ଏହା ଏକ ଅନନ୍ୟ ପରମ୍ପରା  ସୃଷ୍ଟି କରି ଆସୁଛି।

 

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories