ବୌଦ୍ଧ : ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ଚଳିତ ବର୍ଷର ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଛି। ଚିଠା ଭୋଟର ତାଲିକା ପ୍ରକାରେ ଜିଲାରେ ସମୁଦାୟ ୩ ଲକ୍ଷ ୨୬ ହଜାର ୫୨୯ ଜଣ ଭୋଟର ରହିଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଉପଜିଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ ରବିନ୍ଦ୍ର ନାଥ କହଁର, ଜିଲ୍ଲାର ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା , ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ଭୋଟର ମାନଙ୍କ ସୁବିଧା ନିମନ୍ତେ ଭୋଟର ହେଲ୍ପଲାଇନ ଆପ ପ୍ରଚଳିତ କରାଯାଇଛି। ବୈଠକକୁ ସହକାରୀ ଜିଲାପାଳ ଶାଶ୍ୱତ ପ୍ରଧାନ ପରିଚାଳନା କରିଥିଲେ। ଚିଠା ଭୋଟର ତାଲିକା ନେଇ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଦାବି ଅଭିଯୋଗ ଗ୍ରହଣ କରାଯିବା ନେଇ ସୂଚନା ଦିଆଯାଇଛି।
Comments are closed.