BJD Bijuli 480×75 Mob

ଏଣିକି ପର୍ଯ୍ୟଟକ ମାତ୍ର ୩ ଘଣ୍ଟା ତାଜମହଲ ବୁଲିପାରିବେ

BJD Bijuli 480×75 Mob
0

ଆଗ୍ରା : ଆସନ୍ତା ରବିବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଆଗ୍ରାସ୍ଥିତ ପ୍ରସିଦ୍ଧ ତାଜମହଲରେ ଜଣେ ପର୍ଯ୍ୟଟକ ସର୍ବାଧିକ ତିନି ଘଣ୍ଟା ବୁଲିପାରିବେ ବୋଲି ଜଣାପଡିଛି। ସପ୍ତଦଶ ଶତାବ୍ଦୀର ଏହି ଐତିହାସିକ କୀର୍ତ୍ତିରାଜୀ ଉପରେ ମାନବ ଚାପ ହ୍ରାସ କରିବା ଲକ୍ଷ୍ୟରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏଭଳି ନିର୍ଦେଶନାମା ଜାରି କରାଯାଇଛି। ନୂତନ ସମୟ ନିର୍ଘଣ୍ଟ ଉପରେ ସତର୍କ ଦୃଷ୍ଟି ରଖିବା ସହ ପର୍ଯ୍ୟଟକଙ୍କ ଟିକଟ ଯାଞ୍ଚ କରିବାକୁ ଅଧିକ ସଂଖ୍ୟକ କର୍ମଚାରୀ ନିଯୁକ୍ତ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।
ତାଜମହଲରେ ପର୍ଯ୍ୟଟକଙ୍କୁ ନିୟନ୍ତ୍ରଣ କରିବାକୁ ସିଆଇଏସଏଫ୍‌ ଯବାନଙ୍କୁ ମୁତୟନ କରାଯାଇଛି। ତେବେ ରବିବାର ଓ ଛୁଟି ଦିନରେ ଦୈନିକ ୫୦,୦୦୦ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରୁଥିବା ରେକର୍ଡରୁ ଜଣାପଡିଛି। ୧୫ ବର୍ଷରୁ କମ ବୟସର ପିଲା ମାଗଣାରେ ତାଜମହଲ ଭିତରକୁ ପ୍ରବେଶ କରୁଥିବାରୁ ସେମାନଙ୍କ ସଂଖ୍ୟା ନିର୍ଦିଷ୍ଟ ଭାବେ ଜଣାପଡୁନାହିଁ। ବର୍ତ୍ତମାନ ପର୍ଯ୍ୟଟକମାନେ ସକାଳ ୬ଟା (ସୂର୍ଯ୍ୟୋଦୟର ଅଧ ଘଣ୍ଟା ପୂର୍ବରୁ)ରୁ ସନ୍ଧ୍ୟା ୬ଟା (ସୂର୍ଯ୍ୟାସ୍ତର ଅଧ ଘଣ୍ଟା ପୂର୍ବରୁ) ତାଜମହଲ ପରିଦର୍ଶନ କରିବାର ସମୟସୀମା ଧାର୍ଯ୍ୟ କରାଯାଇଛି। ଜଣେ ବ୍ୟକ୍ତି ତାଜମହଲକୁ ପ୍ରବେଶ କରି କେତେ ସମୟ ଭିତରେ ରହିବେ, ସେ ସମ୍ପର୍କରେ ପୂର୍ବରୁ କୌଣସି କଟକଣା ନଥିଲା।

Leave A Reply