ଝଡ଼ବର୍ଷାରେ ଭୁଶୁଡିଲା ତାଜମହଲର ସ୍ତମ୍ଭ

0

ନୂଆଦିଲ୍ଲୀ : ମୋଗଲ ସମ୍ରାଟ ଶାହାଜାହାନ୍‌ ଏବଂ ତାଙ୍କ ପତ୍ନୀ ମମ୍‌ତାଜ୍‌ଙ୍କ ଅମର ପ୍ରେମର ପ୍ରତୀକ ତଥା ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ‘ତାଜ୍‌ମହଲ’ର ଦକ୍ଷିଣ ପାର୍ଶ୍ବରେ ଥିବା ଫାଟକର ଏକ ସ୍ତମ୍ଭ ଗୁରୁବାର ସକାଳେ ପ୍ରବଳ ଝଡ଼ବର୍ଷା ଯୋଗୁ ଭୁଶୁଡି ପଡିଛି। ଅବଶ୍ୟ ଏହା ଦ୍ୱାରା ତାଜ୍‌ମହଲର ବିଶେଷ କ୍ଷତି ହୋଇ ନାହିଁ କି କେହି ମୃତାହତ ହୋଇନାହାନ୍ତି। ଶତାଧିକ ବର୍ଷ ପୁରୁଣା ଏହି ସ୍ମାରକୀର ସୁରକ୍ଷା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଏହାର ଏକ ସ୍ତମ୍ଭ ଭୁଶୁଡାବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ବର୍ଷା ଲାଗି ରହିଥିବା କାରଣରୁ ପ୍ରଶାସନ ପକ୍ଷରୁ ପୁନଃ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ ଆଗ୍ରା ସମେତ ଲକ୍ଷ୍ନୌ, କାନପୁର, ମଥୁରା, କନୌଜ, ଫାରୁଖାବାଦ୍‌, ଇଟାୱା ଏବଂ ମୈନ୍‌ପୁରୀରେ ପ୍ରବଳ ବେଗରେ ପବନ ବୋହିବା ସହିତ ବର୍ଷା ଲାଗି ରହିଛି। ବୁଧବାର ପ୍ରବଳ ଝଡ଼ରେ ଏକ ଟିଣ ଛାତ ଖସିପଡି ତିନି ଜଣ ଶିଶୁ ପ୍ରାଣ ହରାଇଛନ୍ତି। ୨୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply