www.samajalive.in
Saturday, December 6, 2025
26.1 C
Bhubaneswar

ତାଇୱାନରେ ଭୂମିକମ୍ପ – ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଇୱାନରେ ଭୂମିକମ୍ପ ଜନିତ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ତାଇୱାନର ପ୍ରଭାବିତ ଲୋକଙ୍କ ସହ ଭାରତ ଏକଜୁଟ ହୋଇ ଛିଡ଼ା ହୋଇଛି। ସେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଔଷଧ ଦର ବୃଦ୍ଧି ଖବର ବିଭ୍ରାନ୍ତିକର ଓ ମିଥ୍ୟା – ସରକାର

- Advertisement -

ତାଇୱାନର ପୂର୍ବ ଉପକୂଳରେ ଆଜି ସକାଳେ ହୋଇଥିବା ୭.୪ ତୀବ୍ରତାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏହି ଭୂମିକମ୍ପ ହୁଆଲିନ ପର୍ବତ ଅଞ୍ଚଳ ଏବଂ ରାଜଧାନୀ ତାଇପେରେ ଅନୁଭୂତ ହୋଇଥିଲା। ଅଧିକାରୀମାନେ ୯ ଜଣଙ୍କ ମୃତ୍ୟୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ଏହି ଭୂମିକମ୍ପରେ ୮୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି, ଯାହା କି ଗତ ୨୫ ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ। ଭୂମିକମ୍ପ ଯୋଗୁଁ ଭୂସ୍ଖଳନ ମଧ୍ୟ ଘଟିଛି। ଉଦ୍ଧାରକାରୀ ମାନେ ଏବେ ବି ଫସି ରହିଥିବା ଶହେରୁ ଅଧିକ ଲୋକଙ୍କୁ ଖୋଜୁଛନ୍ତି।

କବର ଭିତରେ ରହସ୍ୟମୟୀ ମହିଳା, ମୁହଁରେ ଢାଙ୍କିଛି ହାତ

ସେପଟେ ଜାପାନ ସମେତ ପଡ଼ୋଶୀ ଦେଶଗୁଡ଼ିକରେ ସୁନାମି ସତର୍କ ସୂଚନା ପ୍ରତ୍ୟାହାର କରାଯାଇଛି। ଜାପାନ ବିମାନ ଚଳାଚଳ କଟକଣା ହଟାଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories