www.samajalive.in
Saturday, December 6, 2025
23.1 C
Bhubaneswar

ଗୋବର୍ଦ୍ଧନପୁରରେ ବିଜେଡିର ମିଶ୍ରଣ ପର୍ବ, ୩୦ରୁ ଉର୍ଦ୍ଧ୍ବ କର୍ମୀ ସାମିଲ

ଲାଞ୍ଜିଗଡ : ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ନେତା ଓ କର୍ମୀଙ୍କ ଦଳ ଅଦଳବଦଳ ଦେଖିବାକୁ ମିଳୁଛି। ବୁଧବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁରଠାରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଲାଞ୍ଜିଗଡ଼ ବିଜେଡ଼ି ସଭାପତି ହିମାଦ୍ରୀ ପେଶନିଆଙ୍କ ନେତୃତ୍ବରେ ଆଜି ଆୟୋଜିତ ଏହି ମିଶ୍ରଣ ପର୍ବରେ ଗୋବର୍ଦ୍ଧନପୁର ପଞ୍ଚାୟତର ୩୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ। ଏହି କର୍ମୀମାନଙ୍କୁ ବିଧିବଦ୍ଧ ଭାବେ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଆଜିର ଏହି  କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେ଼ଇ, ଜିଲ୍ଲା ବିଜେଡ଼ି ସମ୍ପାଦକ ଜଗଦୀଶ ବେନିଆଁ, ଲାଞ୍ଜିଗଡ଼ ବିଜେଡ଼ି ଜୋନ୍-୧ ସଭାପତି ଚନ୍ଦ୍ର ଶେଖର ମହାପାତ୍ର, ବିଶ୍ୱନାଥପୁର ସମିତି ସଭ୍ୟ ଅଜିତ ପ୍ରଧାନୀ, କର୍ମୀ ବନମାଳୀ ଦଳେଇ, ଗୋବିନ୍ଦ ଦଣ୍ଡସେନା, କୈଳାସ ମାଝୀ, ରବି ମାଝୀ, ପିତ ମାଝୀ, ଭୀମସେନ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ I

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories