www.samajalive.in
Friday, December 12, 2025
16.1 C
Bhubaneswar

ଜାଣନ୍ତୁ, କେତେ ଟଙ୍କାରେ ବିକ୍ରି ହୁଏ ତୈମୁରଙ୍କ ଗୋଟିଏ ଫଟୋ

ମୁମ୍ବଇ : କରୀନା କପୁର-ସୈଫ ଅଲୀ ଖାନଙ୍କ ପୁଅ ତୈମୁର ଅଲୀ ଖାନ କୌଣସି ସୁପରଷ୍ଟାରଙ୍କ ଠାରୁ କମ୍‍ ନୁହଁନ୍ତି। ସବୁବେଳେ ଚର୍ଚ୍ଚାରେ ରହୁଥିବା ତୈମୁରଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍‍ ଭାଇରାଲ୍‍ ହୁଏ। ହେଲେ ତୈମୁରଙ୍କ ଗୋଟିଏ ଫଟୋର ଦାମ୍‍ କେତେ, ଏ ବିଷୟରେ ହୁଏତ ଖୁବ୍‍ କମ୍‍ ଲୋକ ଜାଣିଥିବେ। ସାମାଜିକ ଗଣମାଧ୍ୟମରେ ଆସୁଥିବା ତୈମୁରଙ୍କ ଗୋଟିଏ ଫଟୋର ଦାମ୍‍ ୧୫୦୦ ଟଙ୍କା ବୋଲି ସୈଫ୍‍ ନିଜେ କହିଛନ୍ତି।

ସୈଫ୍‍ ଅଲୀ ଖାନ ତାଙ୍କ ଝିଅ ସାରାଙ୍କ ସହ କରଣ ଜୋହରଙ୍କ ଚାଟ୍‍ ଶୋ ‘କଫି ୱିଥ୍‍ କରଣ’କୁ ଯାଇଥିଲେ। ସେଠାରେ କରଣ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ତୈମୁରଙ୍କ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ସେହି ସମୟରେ କଥାବାର୍ତ୍ତା ଚାଲିଥିବା ସମୟରେ ସୈଫ୍‍ କହିଥିଲେ, ସାମାଜିକ ଗଣମାଧ୍ୟମରେ ଆସୁଥିବା ତୈମୁରଙ୍କ ପ୍ରତି ଫଟୋର ଦାମ୍‍ ୧୫୦୦ ଟଙ୍କା। ସୈଫଙ୍କ କହିବା ଅନୁସାରେ, ତୈମୁରଙ୍କ ଫଟୋର ଦାମ୍‍ ଏତିକି ବୋଲି ତାଙ୍କୁ ତାଙ୍କ ଶ୍ୱଶୁର ରଣଧୀର କପୁର ଜଣାଇଥିଲେ।

- Advertisement -

ଏନେଇ ସୈଫ୍‍ ମଜାରେ ଏହା ମଧ୍ୟ କହିଥିଲେ ଯେ, ଯଦି ତାଙ୍କୁ ତୈମୁରଙ୍କ ମାଧ୍ୟମରେ ରୋଜଗାର କରିବାକୁ ସୁଯୋଗ ମିଳୁଛି, ତାହେଲେ ତାଙ୍କର ଆଉ କିଛି ଚିନ୍ତା ନାହିଁ। ସୈଫ୍‍ ପୁନର୍ବାର କହିଥିଲେ, ମୁଁ ଯେତେବେଳେ ଏହି କଥା କରୀନାଙ୍କୁ କହିଲି ସେ ମୋତେ କହିଲେ, ତୁମେ ବହୁତ କଞ୍ଜୁସ୍‍।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories