www.samajalive.in
Thursday, December 11, 2025
15.1 C
Bhubaneswar

ବିଧାନସଭାରେ ଅଚଳାବସ୍ଥା ; ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ବର : ରାଜ୍ୟ ବିଧାନସଭାରେ ସୋମବାର ମଧ୍ୟ ଅଚଳାବସ୍ଥା ଲାଗି ରହିଛି। ଫଳରେ ବାରମ୍ବାର ଗୃହ ମୁଲତବୀ ହେଉଛି। ତେବେ ହଟ୍ଟଗୋଳ ଲାଗିରହିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି। ଆଜି ଗୃହକାର୍ଯ୍ୟ ଆରମ୍ଭରୁ ଶାସକ ଓ ବିରୋଧୀ ଦଳ ଭିନ୍ନଭିନ୍ନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ଫଳରେ  ବାଚସ୍ପତି ବାଧ୍ୟ ହୋଇ ଦିନ ୩ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ। ପରେ ଅପରାହ୍ନ ବୈଠକ ଆରମ୍ଭ ହେବା ପରେ ମଧ୍ୟ ପୂର୍ବ ସ୍ଥିତି ଜାରି ରହିବାରୁ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ଆଜି ଗୃହ ଆରମ୍ଭରେ ଢେଙ୍କାନାଳରେ ଗଛକଟା ପ୍ରସଙ୍ଗ ଉଠାଇ ବିଜେପି ନେତାମାନେ ହୋହାଲ୍ଲା କରିଥିବା ବେଳେ ସଚିବାଳୟରେ ସିବିଆଇ ପଶିବା ପ୍ରସଙ୍ଗକୁ କେନ୍ଦ୍ର କରି କଂଗ୍ରେସ ନେତା ହଟ୍ଟଗୋଳ କରିଥିଲେ । ସେହିପରି ଆଦିବାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡକୁ କେନ୍ଦ୍ର ସରକାର ହ୍ରାସ କରିଥିବା ପ୍ରସଙ୍ଗ ଉଠାଇ ଶାସକ ଦଳର ନେତାମାନେ ନିଜ ନିଜ ଆସନରେ ଠିଆ ହୋଇ ଏହାର ପ୍ରତିବାଦ କରିଥିଲେ । ଉଭୟ ଶାସକ ଓ ବିରେଧୀ ଦଳର ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଦିନ ୩ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ।  ଗୃହ ମୁଲତବୀ ହେବା ପରେ ବିଜେଡି ବିଧାୟକମାନେ ଗୃହ ବାହାରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।

- Advertisement -

ସୂଚନାଯୋଗ୍ୟ, ଶୀତ ଅଧିବେଶନର ପ୍ରଥମ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା। ଗତ ଶନିବାର ଦିନ ଗୃହରେ ଅନୁସୂଚିତ ଜାତି ଓ ଜନଜାତିକୁ ନେଇ ମନ୍ତ୍ରୀ ଭୁଲ ଉତ୍ତର ରଖିଥିବା ଅଭିଯୋଗ​‌ରେ ବିରୋଧୀଦଳ ହଙ୍ଗାମା କରିଥିଲେ । କଂଗ୍ରେସ ବିଧାୟକ ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ । ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା ହୋଇଥିଲା। ମୁଲତବୀ ପରେ ବିଧାନସଭାରେ ଚାଷୀ ପ୍ରସଙ୍ଗ ଓ ଶୂନ୍ୟକାଳରେ ଭତ୍ତା ବୃଦ୍ଧି ଦାବି ଉଠିଥିଲା ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories