www.samajalive.in
Saturday, December 13, 2025
26.1 C
Bhubaneswar

ଏଏମ୍‍ୟୁରେ ପୋଷ୍ଟର ବିବାଦ : ଭାରତ ମାନଚିତ୍ରରେ ନାହିଁ କାଶ୍ମୀର

ଆଲିଗଡ : ଆଲିଗଡ ମୁସଲିମ୍‍ ବିଶ୍ୱବିଦ୍ୟାଳୟରେ ପୁଣିଥରେ ବିବାଦ ଦେଖାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଲାଗିଥିବା ଏକ ପୋଷ୍ଟରକୁ ନେଇ ଏହି ବିବାଦ ଉପୁଜିଛି। ପୋଷ୍ଟରରେ ଏକ ଭାରତ ମାନଚିତ୍ର ରହିଛି ଯେଉଁଥିରେ କାଶ୍ମୀରକୁ ଭାରତର ଅଂଶ ଭାବେ ବିବେଚନା କରାଯାଇନାହିଁ। ବିଶ୍ୱବିଦ୍ୟାଳୟର କିଛି ଛାତ୍ର ଭାରତ ବିଭାଜନକୁ ନେଇ ଏକ ନାଟକ ମଞ୍ଚସ୍ଥ କରିବାପାଇଁ ପ୍ରସ୍ତୁତି କରିଥିଲେ। ଯେଉଁଥିରେ ଏହି ପୋଷ୍ଟର ବ୍ୟବହାର କରାଯାଇଥିଲା। ବିଶ୍ୱବିଦ୍ୟାଳୟ ଲୋକ ସମ୍ପର୍କ ଅଧିକାରୀଙ୍କ କହିବା ଅନୁସାରେ, ଏହି ନାଟକର ଦାୟିତ୍ୱ ନେଇଥିବା ଅଧ୍ୟାପକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସମ୍ପୃକ୍ତ ନାଟକ ମଞ୍ଚସ୍ଥକୁ ବାତିଲ କରାଯାଇଛି। ଏହି ପୋଷ୍ଟର କୌଣସି ରାଜନୈତିକ ଉଦେଶ୍ୟ ରଖି କରାଯାଇନଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଅସଗର ବଜାହତଙ୍କ ରଚିତ ପୁସ୍ତକ ‘ଜିନ ଲାହୋର ନେହିଁ ବେଖ୍ୱା ଓ ଜନ୍ମୟାଇ ନଇ’ର ଏକ ଅଂଶକୁ ବିଶ୍ୱବିଦ୍ୟାଳୟରେ ମଞ୍ଚସ୍ଥ କରିବାକୁ ଯୋଜନା ରଖାଯାଇଥିଲା। ଏହି ପୁସ୍ତକ ଭାରତ-ପାକିସ୍ତାନ ବିଭାଜନ ଉପରେ ଆଧାରିତ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories