www.samajalive.in
Sunday, December 14, 2025
23.1 C
Bhubaneswar

ଟି୨୦ ବିଶ୍ବକପ – ସମାନ ପଏଣ୍ଟରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ

ବ୍ରିସବେନ: ଅଷ୍ଟ୍ରେଲିଆରେ ଚାଲିଥିବା ଟ୍ବେଣ୍ଟି୨୦ ବିଶ୍ବକପ ଅଷ୍ଟମ ସଂସ୍କରଣ ନକ୍‌ଆଉଟ୍‌ ଦୌଡ଼କୁ ନେଇ ଗ୍ରୁପ-୧ ରେ ରୋଚକ ସ୍ଥିତି ସୃଷ୍ଟି ହୋଇଛି। ମଙ୍ଗଳବାର ନ୍ୟୁଜିଲାଣ୍ଡକୁ ୨୦ରନରେ ଇଂଲଣ୍ଡ ପରାସ୍ତ କରିବା ପରେ ସବୁ ସ ସମୀକରଣ ବଦଳି ଯାଇଛି। ୬ଟି ଯାକ ଦଳ ସେମାନଙ୍କ ୪ଟି ଲେଖାଏଁ ମ୍ୟାଚ ଶେଷ କରିଛନ୍ତି। ଗ୍ରୁପରୁ ଏକମାତ୍ର ଦଳ ଭାବେ ଆଫଗାନିସ୍ତାନ ନକ୍‌ଆଉଟ୍‌ ଦୌଡ଼ରୁ ବାଦ୍‌ ପଡିଥିବାବେଳେ ଅନ୍ୟ ୫ଟି ଦଳ ମଧ୍ୟ​‌େ​‌ର ଛକାପଞ୍ଚା ଦେଖିବାକୁ ମିଳିଛି। ନ୍ୟୁଜିଲାଣ୍ଡ ୫ ପଏଣ୍ଟ ସହ ଗ୍ରୁପର ଶୀର୍ଷରେ ରହିଥିବାବେଳେ ଇଂଲଣ୍ଡ ୫ ପଏଣ୍ଟ ସହ ୨ୟ, ଅଷ୍ଟ୍ରେଲିଆ ୫ ପଏଣ୍ଟ ସହ ୩ୟ, ଶ୍ରୀଲଙ୍କା ୪ ପଏଣ୍ଟ ସହ ୪ର୍ଥ ଓ ଆୟରଲାଣ୍ଡ ୩ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି। ଗ୍ରୁପରୁ ୨ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ଏଥିପାଇଁ ୪ଟି ଦଳ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ମୁଖ୍ୟତଃ ଲଢେଇ ହେଉଛି। ଆୟରଲାଣ୍ଡର ଶେଷ ମ୍ୟାଚ ବାକି ଥିଲେ ମଧ୍ୟ ନକ୍‌ଆଉଟ୍‌ ଆଶା ସମ୍ଭାବନା କମ୍‌ ରହିଛି। ନ୍ୟୁଜିଲାଣ୍ଡ ୪ରେ ଶେଷ ଲିଗ୍‌ ମ୍ୟାଚ ଆୟରଲାଣ୍ଡକୁ ଭେଟିବାବେଳେ ଆଫଗାନିସ୍ତାନ-ଅଷ୍ଟ୍ରେଲିଆକୁ ଭେଟିବ। ସେହିପରି ୫ରେ ଶ୍ରୀଲଙ୍କା-ଶେଷ ଲିଗ୍‌ ମ୍ୟାଚରେ ଇଂଲଣ୍ଡକୁ ଭେଟିବ। ଯଦି ନ୍ୟୁଜିଲାଣ୍ଡ- ଆୟରଲାଣ୍ଡକୁ, ଅଷ୍ଟ୍ରେଲିଆ- ଆଫଗାନିସ୍ତାନକୁ ଓ ଇଂଲଣ୍ଡ- ଶ୍ରୀଲଙ୍କାକୁ ପରାସ୍ତ କରେ ତେବେ ୩ ଦଳଙ୍କ ପଏଣ୍ଟ ସଂଖ୍ୟା ୭ ଛୁଇଁବ। ଏହି ଦୃଷ୍ଟିରୁ ରନ୍‌ ରେଟ୍‌ ଆଧାରରେ ୨ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ଯଦି ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରୁ ଗୋଟିଏ ଦଳ କାହାଠାରୁ ପରାଜିତ ହୁଅନ୍ତି ତେବେ ସିଧାସଳଖ ଅନ୍ୟ ଦୁଇଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ଏଭଳି ସ୍ଥିତିରେ ଗ୍ରୁପ-୧ ର ୨ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବାକୁ ନେଇ ଶେଷ ମ୍ୟାଚ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories