www.samajalive.in
Sunday, December 14, 2025
14.1 C
Bhubaneswar

ଆଜି ଅଁଳା ନବମୀ

ଡେସ୍କ: ଆଜି ବୁଧବାର କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି ପବିତ୍ର ଅଁଳା ନବମୀ, ଶ୍ରୀରାଧା ପାଦ ଦର୍ଶନ ଓ ଜଗଦ୍ଧାତ୍ରୀ ପୂଜା। ଓଡିଶାର ଦ୍ୱିତୀୟ ବୃହତ ଗଣପର୍ବ ଭାବେ ପରିଚିତ ଅଁଳା ନବମୀରେ ଶ୍ରୀରାଧାଙ୍କ ପାଦଦର୍ଶନ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ସାକ୍ଷୀଗୋପାଳକୁ ଭକ୍ତଙ୍କ ସମାଗମ ହୋଇଥାଏ। ସାକ୍ଷୀଗୋପାଳର ଏହି ଯାତ୍ରା ପୁରୀ ରଥଯାତ୍ରା ପରେ ଦ୍ୱିତୀୟ ବଡ଼ ଯାତ୍ରା ଭାବେ ପରିଚିତ। ଏହିଦିନ ଶ୍ରଦ୍ଧାଳୁମାନେ ମଧ୍ୟ ଅଁଳା ଗଛକୁ ପୂଜା କରିଥାନ୍ତି।

ଠାକୁର ସାକ୍ଷୀଗୋପାଳ ଉତ୍ତର ଭାରତରୁ ଆସିଥିବାରୁ ଉତ୍ତର ଭାରତୀୟ ରୀତିନୀତି ଅନୁଯାଇ ଠାକୁରଙ୍କର ଦେବନୀତି ଅନୁଷ୍ଠିତ ହୋଇଥାଏ। ସେହିପରି ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି। ବର୍ଷସାରା ଠାକୁରାଣୀଙ୍କର ପାଦପଦ୍ମ ପିନ୍ଧା ବସ୍ତ୍ର ଦ୍ୱାରା ଆବୃତ୍ତ ହୋଇ ରହିଥାଏ। କେବଳ ବର୍ଷକରେ ଏହି ଗୋଟିଏ ଦିନ ଠାକୁରାଣୀ ଓଡ଼ିଆଣୀ ବେଶ ହୋଇ କାଣିଆ କଛା ମାରିଥାନ୍ତି। ତେଣୁ ଠାକୁରାଣୀଙ୍କ ପିନ୍ଧା ବସନ ପାଦପଦ୍ମ ଉପରକୁ ଉଠି ରହିଥାଏ ଓ ଭକ୍ତମାନଙ୍କୁ ଠାକୁରାଣୀଙ୍କ ପାଦ ଦର୍ଶନର ଦୁର୍ଲ୍ଲଭ ସୁଯୋଗ ମିଳେ। ସେହିପରି ଠାକୁର ଶ୍ରୀଶ୍ରୀ ଗୋପାଳ ଜୀଉଙ୍କୁ ମଧ୍ୟ ମନୋରମ ନଟବର ବେଶରେ ସୁସଜ୍ଜିତ କରାଯାଏ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories