www.samajalive.in
Friday, December 5, 2025
20.1 C
Bhubaneswar

ଟ୍ବେଣ୍ଟି-୨୦ ବିଶ୍ବକପ : ଯୋଗ୍ୟତା ପର୍ଯ୍ୟାୟ ଆଜିଠାରୁ

ମସ୍କାଟ (ଓମାନ) : ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପର ସପ୍ତମ ସଂସ୍କରଣ ଓମାନ ଓ ୟୁଏଇରେ ଖେଳାଯିବ। ଅକ୍ଟୋବର ୨୩ରୁ ଖେଳାଯିବାକୁ ଥିବା ସୁପର-୧୨ ମୁକାବିଲା ପୂର୍ବରୁ ଓମାନରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ଅକ୍ଟୋବର ୧୭ରୁ ୨୨ ପର୍ଯ୍ୟନ୍ତ ୮ଟି ଦଳକୁ ନେଇ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ୮ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରୁପ-ଏ ରେ ଆର୍ୟଲାଣ୍ଡ, ନାମିବ୍ୟା, ଶ୍ରୀଲଙ୍କା ଓ ନେଦରଲାଣ୍ଡସ ସ୍ଥାନ ପାଇଥିବାବେଳେ ଗ୍ରୁପ-ବି ରେ ବାଂଲାଦେଶ, ଓମାନ, ପାପୁଆ ନ୍ୟୁ ଗିନି ଓ ସ୍କଟଲାଣ୍ଡ ରହିଛନ୍ତି। ଦୁଇ ଗ୍ରୁପର ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିବା ୪ଟି ଦଳ ସୁପର-୧୨ ପାଇଁ ଯୋଗ୍ୟତା ଅର୍ଜନ କରିବେ। ରବିବାର ଗ୍ରୁପ-ବି ର ଦୁଇଟି ଲିଗ୍‌ ମ୍ୟାଚ ଖେଳାଯିବ। ମସ୍କାଟରେ ବାଂଲାଦେଶ – ସ୍କଟଲାଣ୍ଡକୁ ଭେଟିବ। ୨ୟ ମ୍ୟାଚରେ ଓମାନ – ପାପୁଆ ନ୍ୟୁ ଗିନିକୁ ଭେଟିବ।
ଗ୍ରୁପ-ବି ରେ ବାଂଲାଦେଶ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି। ବାଂଲାଦେଶ ଚଳିତ ବର୍ଷ ୯ଟି ଟ୍ବେଣ୍ଟି୨୦ ମ୍ୟାଚରେ ବିଜୟୀ ହୋଇଛି। ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟ୍ବେଣ୍ଟି୨୦ ସିରିଜ୍‌ରେ ପରାଜିତ ହେବା ପରେ ବାଂଲାଦେଶ ୨-୧ରେ ଜିମ୍ବାୱେ, ୪-୧ରେ ଅଷ୍ଟ୍ରେଲିଆକୁ, ୩-୨ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଗ୍ରୁପର ଶ୍ରେଷ୍ଠ ଦୁଇ ଦଳ ସୁପର-୧୨ ଗ୍ରୁପ-୨ରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ସହ ଖେଳିବେ। ବାଂଲାଦେଶ ୨୦୦୭ ଟ୍ବେଣ୍ଟି୨୦ ବିଶ୍ବକପର ପ୍ରଥମ ସଂସ୍କରଣରେ ଭଲ ପ୍ରଦର୍ଶନ କରି ସୁପର-୮ରେ ପ୍ରବେଶ କରିଥିଲା। ପରବର୍ତ୍ତୀ ସଂସ୍କରଣ ୨୦୦୯, ୨୦୧୦ ଓ ୨୦୧୨ରେ ଗୋଟିଏ ହେଲେ ମ୍ୟାଚ ଜିତି ପାରିନଥିଲା । ୨୦୧୪ରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରଥମ ରାଉଣ୍ଡ ମ୍ୟାଚରେ ପରାଜିତ ହୋଇ ସୁପର-୧୦ରେ ପ୍ରବେଶ କରିବାରୁ ବଞ୍ଚିତ ହୋଇଥିଲା। ୨୦୧୬ରେ ଦଳ ଭାରତ ନିକଟରୁ ପରାଜିତ ହୋଇ ସୁପର-୧୦ ଖେଳିବାରୁ ବଞ୍ଚିତ ହୋଇଥିଲା। ବର୍ତ୍ତମାନ ବାଂଲାଦେଶ ଆଇସିସି ଟ୍ବେଣ୍ଟି୨୦ ମାନ୍ୟତାର ୬ଷ୍ଠ ସ୍ଥାନରେ ରହିଛି। ଅଧିନାୟକ ମହମ୍ମଦୁଲ୍ଲା, ଅଲ୍‌ରାଉଣ୍ଡର ସାକିବ୍‌ ଉଲ୍‌ ହାସନ, ମୁସ୍ତାଫିଜୁର ରହିମ୍‌, ସୌମ୍ୟ ସରକାର, ଦ୍ରୁତ ବୋଲର ମୁସ୍ତାଫିଜୁର ରହେମାନଙ୍କ ଭଳି ଖେଳାଳି ରହିଛନ୍ତି। ଅନ୍ୟପକ୍ଷରେ ସ୍କଟଲାଣ୍ଡ ମଧ୍ୟ କୌଣସି ଗୁଣରେ କମ୍‌ ନୁହେଁ। କାଏଲ କୋଟ୍‌ଜର ଜର୍ଜ ମୁନ୍‌ସେ ପ୍ରମୁଖ ଟ୍ବେଣ୍ଟି୨୦​‌େ​‌ର ଭଲ ପ୍ରଦର୍ଶନ କରୁଛନ୍ତି। ବୋଲିଂ ବିଭାଗରେ ବ୍ରେଡ୍‌ ୱେଲ, ଜୋସ ଡେଭେ ପ୍ରମୁଖ ରହିଛନ୍ତି। ବାଂଲାଦେଶ ଶକ୍ତିଶାଳୀ ଥିଲେ ମଧ୍ୟ ସ୍କଟଲାଣ୍ଡ ଓଲଟପାଲଟ କରିବା ସମ୍ଭାବନାନୁ ଏଡାଇ ଦିଆ ଯାଇନପାରେ। ସେହିପରି ନାମିବ୍ୟା ଓ ପାପୁଆ ନ୍ୟୁ ଗିନି ଦଳଙ୍କ ଦକ୍ଷତା ସମାନ ରହିଥିବାରୁ ମ୍ୟାଚ ପ୍ରତିଦ୍ବନ୍ଦ୍ବିତାମୂଳକ ହେବା ନେଇ ଅନୁମାନ କରାଯାଉଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories