www.samajalive.in
Saturday, December 6, 2025
17.1 C
Bhubaneswar

ଦ୍ରାବିଡ଼ ଭାରତର ମୁଖ୍ୟ ପ୍ରଶିକ୍ଷକ; ମାମ୍ବ୍‌ରେ ବୋଲିଂ ପ୍ରଶିକ୍ଷକ

ନୂଆଦିଲ୍ଲୀ : ‌ଭାରତୀୟ କ୍ରିକେଟ୍‌ ପାଇଁ ଏହା ଏକ ବଡ଼ ଖବର। ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ଼ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ନେବାରୁ ରାଜି ହୋଇଛନ୍ତି। ଶୁକ୍ରବାର ଦୁବାଇରେ ଆଇପିଏଲ୍‌ ଫାଇନାଲ ସମୟରେ ଦ୍ରାବିଡ଼ଙ୍କ ସହ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ବିସ୍ତୃତ ଆଲୋଚନା କରିଥିଲେ ଏବଂ ୨ ବର୍ଷ ପାଇଁ ଦ୍ରାବିଡ଼ଙ୍କୁ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ହେବାକୁ ରାଜି କରାଇଥିଲେ। ଆଇପିଏଲ୍‌ ଫାଇନାଲ ପରେ ବିସିସିଆଇର ଜଣେ କର୍ମକର୍ତ୍ତା କହିଛନ୍ତି, ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ହେବାକୁ ଦ୍ରାବିଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଖୁବ୍ ଶୀଘ୍ର ସେ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ର ମୁଖ୍ୟ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ପୁଣି ଭାରତ ‘ଏ’ ଓ ଭାରତୀୟ ୧୯ ବର୍ଷରୁ କମ୍‌ ଦଳରେ ଦ୍ରାବିଡ଼ଙ୍କ ସହ କାମ କରିଥିବା ପୂର୍ବତନ ଭାରତୀୟ ପେସ୍ ବୋଲର ପାରସ ମାମ୍ବ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ବୋଲିଂ ପ୍ରଶିକ୍ଷକ ନିଯୁକ୍ତ ହେବା ନିଶ୍ଚିତ ବୋଲି ଉକ୍ତ କର୍ମକର୍ତ୍ତା କହିଛନ୍ତି।
ଗତମାସ ଦ୍ରାବିଡ଼ ଏନ୍‌ସିଏର ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ। ହେଲେ ଭାରତୀୟ କ୍ରିକେଟ୍‌କୁ ଆଗକୁ ନେବା ପାଇଁ ଜଣେ ମଜ୍‌ଭୁତ ମୁଖ୍ୟ ପ୍ରଶିକ୍ଷକ ଆବଶ୍ୟକ ଥିବାରୁ ତାଙ୍କ ନାମରେ ବିସିସିଆଇ ମୋହର ମାରିଛି। ୨ୟ ପୀଢ଼ିର ଭାରତୀୟ କ୍ରିକେଟର ଗଢ଼ିବାରେ ଦ୍ରାବିଡ଼ଙ୍କର ବହୁତ ଯୋଗଦାନ ରହିଛି। ଏବେ ଚାଲିଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ପରେ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି। ଶାସ୍ତ୍ରୀଙ୍କ ସ୍ଥାନରେ ନୂତନ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ପାଇଁ ବିସିସିଆଇ ଆବେଦନ ଆହ୍ବାନ କରିବ ବୋଲି ଘୋଷଣା କରା ଯାଇଥିଲା। ତେ​‌େ​‌ବ ଏହି ଦାୟିତ୍ବ ନେବାକୁ ରାହୁଲ ଦ୍ରାବିଡ଼ ରାଜିହେବା ପରେ ଉକ୍ତ ଆବେଦନ ଆହ୍ବାନ ଔପଚାରିକତା ହୋଇ ରହିଯାଇଛି। ଉଭୟ ଦ୍ରାବିଡ଼ ଓ ପାରସ ମାମ୍ବ୍‌ରେ ୨ ବର୍ଷ ଲାଗି ନିଯୁକ୍ତି ପାଇବେ। ଭାରତ ଅରୁଣଙ୍କ ସ୍ଥାନରେ ମାମ୍ବ୍‌ରେ ଦଳର ବୋଲିଂ ପ୍ରଶିକ୍ଷକ ହେବେ। ଜାଣିବାକୁ ମିଳିଛି ଯେ ବିକ୍ରମ ରାଠୋର ଦଳର ବ୍ୟାଟିଂ ପ୍ରଶିକ୍ଷକ ପଦ ବଜାୟ ରଖିପାରନ୍ତି। ତେବେ ଫିଲ୍‌ଡିଂ ପ୍ରଶିକ୍ଷକ ଆର୍‌. ଶ୍ରୀଧର ରହିବେ କି ଯିବେ; ତା’ର ନିଷ୍ପତ୍ତି ନିଆ ଯାଇନାହିଁ। ଦ୍ରାବିଡ଼ ୧୦ କୋଟି ଟଙ୍କାର ପାରିଶ୍ରମିକ ପାଇବେ। ବିଶ୍ବକପ୍‌ ପରେ ନଭେମ୍ବର​‌େ​‌ର ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରୁ ଦ୍ରାବିଡ଼ ଓ ମାମ୍ବ୍‌ରେ ଦାୟିତ୍ବ ଗ୍ରହଣ କରିବେ। ୨୦୨୦ ଜୁନିୟର ବିଶ୍ବକପ୍‌ରେ ଉପବିଜେତା ହୋଇଥିବା ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ ପାରସ ମାମ୍ବ୍‌ରେ। ଦ୍ରାବିଡ଼ ମୁଖ୍ୟ ପ୍ରଶିକ୍ଷକ ଥିବା ବେଳେ ଭାରତ ୩ଟି ବିଶ୍ବକପ୍‌ ଖେଳିବ। ଏହା ହେଉଛି ୨୦୨୨ ଟି୨୦ ବିଶ୍ବକପ୍‌, ୨୦୨୧-୨୩ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଓ ୨୦୨୩ ଦିନିକିଆ ବିଶ୍ବକପ୍‌। ଅଗଷ୍ଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ସୀମିତ ଓଭର ସିରିଜ୍‌ରେ ଦ୍ରାବିଡ଼ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ଭାରତ ‘ଏ’ ଓ ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦ୍ରାବିଡ଼ ବହୁତ ସଫଳତା ହାସଲ କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories