www.samajalive.in
Sunday, December 7, 2025
18.1 C
Bhubaneswar

ଧାର୍ଯ୍ୟ ସମୟରେ ପ୍ରକଳ୍ପ ଶେଷ ନହେବା ପାଇଁ ବ୍ୟବସ୍ଥା ଦାୟୀ- ଗଡକରୀ

ନୂଆଦିଲ୍ଲୀ: ଦେଶରେ କାର୍ଯ୍ୟକାରୀ ହେଉଥିବା ଏକାଧିକ ସରକାରୀ ପ୍ରକଳ୍ପ ବିଳମ୍ବିତ ହୋଇଚାଲିଛି । ଏଥିପାଇଁ ବ୍ୟବସ୍ଥା (ସିଷ୍ଟମ) ଦାୟୀ ବୋଲି କହିଛନ୍ତି କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ । ସେ କହିଛନ୍ତି ଯେ ଅନେକ ସମୟରେ ପ୍ରକଳ୍ପ ବିଳମ୍ବିତ ହେବା କାରଣରୁ ସେଗୁଡିକର ବ୍ୟୟ ଅଟକଳ ମଧ୍ୟ ବୃଦ୍ଧିପାଉଛି । ଏସସିଏଲ ଇଣ୍ଡିଆ ୨୦୨୧ ସମ୍ମିଳନୀରେ ଉଦବୋଧନ ଦେଇ ଗଡକରୀ କହିଥିଲେ, ସେ କାହା ବିରୁଦ୍ଧରେ କିଛି ଅଭିଯୋଗ କରିବାକୁ ଚାହୁଁନାହାନ୍ତି, କିନ୍ତୁ ଅଧିକାଂଶ ପ୍ରକଳ୍ପ ତଥାକଥିତ ବ୍ୟବସ୍ଥା ପାଇଁ ବିଳମ୍ବିତ ହେଉଛି । ସରକାରୀ ବ୍ୟବସ୍ଥାରେ କୌଣସି ନିଷ୍ପତ୍ତି ନନେବା ଏବଂ ନିଷ୍ପତ୍ତି ନେବାରେ ବିଳମ୍ବ କରିବା ଏକ ବଡ ସମସ୍ୟା ଭାବରେ ରହିଥିଲା । ନିଷ୍ପତ୍ତି ନେବା କ୍ଷେତ୍ରରେ ଅହେତୁକ ବିଳମ୍ବ କରାଯିବା କାରଣରୁ ପ୍ରକଳ୍ପଗୁଡିକର ବ୍ୟୟ ଅଟବଳ ବୃଦ୍ଧିପାଇଛି । ତେବେ କେନ୍ଦ୍ର ସରକାର ଜାତୀୟ ଭିତ୍ତିଭୂମି କାର୍ଯ୍ୟକ୍ରମ ପାଇଁ ୨୦୨୫ ପର୍ଯ୍ୟନ୍ତ ବିପୁଳ ଅର୍ଥ ଆବଣ୍ଟନ କରି ଭାରତୀୟ ଅର୍ଥନୀତି ଆଗକୁ ବଢିବାକୁ ଯଥେଷ୍ଟ ପ୍ରୟାସ କରିଛନ୍ତି । ଭାରତରେ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ ଅନ୍ୟତମ ପ୍ରମୁଖ କ୍ଷେତ୍ର ବୋଲି ସମସ୍ତେ ଜାଣନ୍ତି । କୃଷି ପରେ ଏଥିରେ ଦ୍ୱିତୀୟ ସର୍ବାଧିକ ଲୋକ ନିୟୋଜିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଦେଶରେ ଚାଲିଥିବା ଭିତ୍ତିଭୂମି ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଡକରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିଯୁକ୍ତ କରିଛନ୍ତି । ଉକ୍ତ କମିଟିରେ ଖଣି, ରେଳବାଇ, ପରିବେଶ ଆଦି ବିଭାଗର ମନ୍ତ୍ରୀମାନେ ସଦସ୍ୟ ରହିଛନ୍ତି ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories