www.samajalive.in
Monday, December 15, 2025
16.1 C
Bhubaneswar

ସ୍ୱିସ୍‍ ବ୍ୟାଙ୍କରେ କଳାଟଙ୍କା: ଭାରତଠାରୁ ଆଗରେ ପାକିସ୍ତାନ୍‍

ନୂଆଦିଲ୍ଲୀ: ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟଙ୍କ କଳାଟଙ୍କା ଜମା ପରିମାଣ ଇତିମଧ୍ୟରେ ୫୦% ବୃଦ୍ଧି ପାଇଥିବା ଜଣାପଡ଼ିବା ପରେ ରାଜନୀତି ପୁଣି ଉଷ୍ମ ହୋଇଛି। ଏହି ପ୍ରସଙ୍ଗରେ ଆରୋପ-ପ୍ରତ୍ୟାରୋପ, ବାଦ-ବିବାଦ, ଲାଗି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍‍ନାକୁ ଆସୁଛି। ଏବେ ମିଳିଥିବା ଏକ ତଥ୍ୟ ଅନୁଯାୟୀ ସ୍ୱିସ୍‍ବ୍ୟାଙ୍କରେ କଳାଟଙ୍କା ଜମା କରିବାରେ ପାକିସ୍ତାନୀମାନେ ଭାରତୀୟଙ୍କଠାରୁ ଆଗରେ ଅଛନ୍ତି। ବିଶ୍ୱ ତାଲିକାରେ ଭାରତର ସ୍ଥାନ ୭୩କୁ ବୃଦ୍ଧି ପାଇଥିବା ବେଳେ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଛି।
ସ୍ୱିସ୍‍ ବ୍ୟାଙ୍କରେ ଜମା ପ୍ରସଙ୍ଗରେ ୨୦୧୬ରେ ଭାରତର ସ୍ଥାନ ୮୮ ଥିବା ବେଳେ ୨୦୧୭ରେ ୭୩ ସ୍ଥାନକୁ ଉନ୍ନୀତ ହୋଇଛି। ତାଲିକାରେ ପାକିସ୍ତାନର ସ୍ଥାନ ୭୨ରେ ରହିଛି। ଆମେରିକା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ତା’ ପଛକୁ ୱେଷ୍ଟ ଇଣ୍ଡିଜ୍‍, ଫ୍ରାନ୍ସ, ହଂକଂ, ବାହାମସ୍‍, ଜର୍ମାନୀ, ଲକ୍ସମବର୍ଗ ଓ କେମ୍ୟାନ୍‍ ଆଇସଲ୍ୟାଣ୍ଡ ଅଛନ୍ତି। ବ୍ରିକ୍‍ସ ଦେଶ ମଧ୍ୟରେ ଭାରତ ସବୁଠାରୁ ତଳେ ରହିଛି। ଚୀନ୍‍ ୨୦ ତମ ସ୍ଥାନରେ ରହିଥିବା ବେଳେ ରୁଷିଆ ୨୩, ବ୍ରାଜିଲ୍‍ ୬୧, ଦକ୍ଷିଣ ଆଫ୍ରିକା ୬୭ ସ୍ଥାନରେ ରହିଛନ୍ତି। ଭାରତଠାରୁ ଆଗରେ ଥିବା ଦେଶଗୁଡ଼ିକ ମଧ୍ୟରେ ସିଙ୍ଗାପୁର, ୟୁଏଇ, ସାଉଦି ଆରବ, ପାନାମା, ଜାପାନ, ଜର୍ସି, ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ, ଇଟାଲୀ, ବେଲଜିୟମ୍‍, ସାଇପ୍ରସ୍‍, ଇସ୍ରାଏଲ୍‍, ମେକ୍ସିକୋ, ବରମୁଡା, ତୁର୍କୀ, କୁଏତ୍‍, କାନାଡ଼ା, ଥାଇଲ୍ୟାଣ୍ଡ, ଉତ୍ତର କୋରିଆ, ମାଲେସିଆ, ଇଣ୍ଡୋନେସିଆ, ନ୍ୟୁଜିଲ୍ୟାଣ୍ଡ, ଫିଲିପାଇନ୍ସ, ଇରାନ୍‍, କାଜାଖ୍‍ସ୍ତାନ୍‍ ଓ ୟୁକ୍ରେନ୍‍ ଆଦି ଦେଶ ରହିଛନ୍ତି। ଭାରତ ତଳକୁ କେବଳ ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ଭାଟିକାନ୍‍ ସିଟି, ଇରାକ୍‍, ଆଫ୍‍ଗାନିସ୍ତାନ, ଭୁଟ୍ଟାନ ପରି ରାଷ୍ଟ୍ର ଅଛନ୍ତି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories