www.samajalive.in
Saturday, December 6, 2025
15.1 C
Bhubaneswar

ଶରୀର ପାଇଁ ଲାଭଦାୟକ କନ୍ଦମୂଳ

ଶୀତଦିନେ ଅଧିକାଂଶ ସମୟରେ ଆମକୁ ଭୋକ ଲାଗିଥାଏ। ଅଧିକ ଖାଇବା ଦ୍ବାରା ଓଜନ ମଧ୍ୟ ବଢିଥାଏ। ଶୀତଦିନେ ଅତ୍ୟଧିକ ଥଣ୍ଡା କାରଣରୁ ଶାରୀରିକ କାର୍ଯ୍ୟ କରିବା ପାଇଁ ଇଚ୍ଛା ହୋଇ ନଥାଏ। ଶୀତଦିନେ ଏହି ସମସ୍ତ ସମସ୍ୟାରୁ ରକ୍ଷା କରିଥାଏ କନ୍ଦମୂଳ।

ଓଜନ କମାଇବା ପାଇଁ କନ୍ଦମୂଳ ଖାଇବା ଉଚିତ। ଏଥିରେ କାର୍ବୋହାଇଡ୍ରେଟ, ଫାଇବର, କ୍ୟାଲୋରୀ ରହିଛି। ଏହା ସ୍ବାସ୍ଥ୍ୟ ପାଇଁ ଉତ୍ତମ ଓ ସ୍ବାଦିଷ୍ଟ ଅଟେ। ଏହା ଖାଇବା ଦ୍ବାରା ଓଜନ ନିୟନ୍ତ୍ରଣ ହେବା ସହ ଭୋକ ଲାଗି ନଥାଏ। କନ୍ଦମୂଳରେ ୧୧୨କ୍ୟାଲୋରୀ ରହିଛି। ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶର୍କରା ଯୋଗାଇଥାଏ। ଏଥିରେ ଲୋ ଗ୍ଲାଇମାକ୍ସ ଇଣ୍ଡେକ୍ସ ରହିଥିବାରୁ ଶରୀରରେ ରକ୍ତର ଶର୍କରାର ପରିମାଣ ନିୟନ୍ତ୍ରଣ କରିଥାଏ। ଏହା ଓଜନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। କନ୍ଦମୂଳରେ ଜଳୀୟ ଅଂଶ ଥିବାରୁ ଏହା ଶରୀରରେ ଜଳୀୟ ଅଂଶ ଠିକ ରଖିଥାଏ। ଏହା ରକ୍ତ କୋଷିକା ଗୁଡିକୁ ଶକ୍ତି ମଧ୍ୟ ପହଞ୍ଚାଇଥାଏ। ହଜମ କ୍ରିୟାକୁ ବୃଦ୍ଧି କରିଥାଏ। ଶରୀରରେ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories