www.samajalive.in
Saturday, December 6, 2025
26.1 C
Bhubaneswar

ତାଳଚେର ଜାତୀୟ ରାଜପଥ ଅବରୋଧ

ଅନୁଗୁଳ : ତାଳଚେର ପୌରାଞ୍ଚଳ ଅଞ୍ଚଳରେ ମାଟି ଦବିବା ଘଟଣାକୁ ନେଇ ତାଳଚେରବାସୀଙ୍କ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ତାଳଚେର ଥାନା ସମ୍ମୁଖରେ ଘର କରିଥିବା ଶାନ୍ତିଲତା ବାଇଙ୍କ ଘରର ଚଟାଣ କିଛି ସମୟ ମଧ୍ୟରେ ପ୍ରାୟ 4 ଫୁଟ ମାଟି ଦବି ଯିବାପରେ ସହରକୁ ସୁରକ୍ଷା ପ୍ରଦାନ ଦାବିରେ ଆଜି ସହରବାସୀ 53 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି l ତାଳଚେର ବାଇପାସ ଛକରେ ଶତାଧିକ ଲୋକେ ଗଣଧାରଣା ଦେବା ସହ କୋଇଲା ପରିବହନ ବନ୍ଦ କରିଛନ୍ତି। ଫଳରେ ଏହି ଜାତୀୟ ରାଜପଥରେ ଗାଡ଼ିମୋଟର ଯାତାୟାତ ବନ୍ଦ ରହିଛି l ଘଟଣାସ୍ଥଳରେ ପୁଲିସ ପ୍ରଶାସନ ଉପସ୍ଥିତ ରହି ଆଲୋଚନା କରୁଛନ୍ତିl ଅପରପକ୍ଷରେ ଗର୍ତ୍ତ ସୃଷ୍ଟି ହୋଇଥିବା ଘରେ ସମଗ୍ର ପରିବାର ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି।

- Advertisement -

ସୂଚନା ଅନୁଯାୟୀ, ତାଳଚେରସ୍ଥିତ ଏମସିଏଲ ର ଡେରା କ୍ଷେତ୍ର ଦେଉଳବେଡା କୋଇଲାଖଣି ଅନ୍ତର୍ଗତ ଚମ୍ପାପଶି ଖଣିରୁ କୋଇଲା ଉତ୍ତୋଳନ ସରିଯିବା ପରେ ଏହା ବହୁ ବର୍ଷ ହେବ ବନ୍ଦ ହୋଇପଡ଼ିଛି। ଏହି ଅବ୍ୟବହୃତ ଭୂତଳ ଖଣିରେ ଏମସିଏଲ କର୍ତ୍ତୃପକ୍ଷ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ବାଲି ଭର୍ତ୍ତି କରି ନଥିବାର ଅଭିଯୋଗ ହେଉଛିl ପୂର୍ବରୁ ମଧ୍ୟ ତାଳଚେର ପୌରାଞ୍ଚଳରେ ଏପରି ଗର୍ତ୍ତ ଦେଖିବାକୁ ମିଳିଥିଲା। ତେଣୁ ଏବେ ପୁଣିଥରେ ଏପରି ଘଟିବା ଦ୍ୱାରା ସ୍ଥାନୀୟ ଲୋକେ ଏହାକୁ ନେଇ ନିଜକୁ ଅସୁରକ୍ଷିତ ମନେ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତିl ଏହି ଗର୍ତ୍ତକୁ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ ଖଣି କର୍ତ୍ତୃପକ୍ଷ ଏଵେ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories