www.samajalive.in
Saturday, December 6, 2025
15.1 C
Bhubaneswar

ସ୍ୱାମୀଜୀ ଓ ନେତାଜୀ – ବେଙ୍ଗଲ ପାଇଁ ବିଜେପିର ଦୁଇ ଅସ୍ତ୍ର?

ଦୁଇ କେନ୍ଦ୍ରୀୟ ନେତାଙ୍କ ଘନ ଘନ ପଶ୍ଚିମବଙ୍ଗ ଗସ୍ତ ପରେ ଏବେ ଜାତୀୟ ରାଜନୀତି ଅପେକ୍ଷା ପଶ୍ଚିମବଙ୍ଗକୁ ନେଇ ଆଞ୍ଚଳିକ ରାଜନୀତି ଜୋର ଧରିବାରେ ଲାଗିଛି। ବେଙ୍ଗଲ ବିଧାନସଭା ନିର୍ବାଚନ ନେଇ ପ୍ରାୟ ପ୍ରତିଦିନ ନୂଆ କଥା ରାଜନୈତିକ ଦୃଶ୍ୟପଟ୍ଟକୁ ସରଗରମ କରୁଛି। ଶୁକ୍ରବାର ଅର୍ଥାତ ଗତକାଲି ପଶ୍ଚିମବଂଗରେ ଆଦର୍ଶବାଦର ବିରୋଧାଭାଷକୁ ନେଇ ବାମପନ୍ଥୀ କେତେ ଗ୍ରହଣୀୟ ଏବଂ କେରଳରେ କଂଗ୍ରେସ ସମ୍ବନ୍ଧରେ ଏହାର ଆଦର୍ଶର ବିପରୀତମୁଖୀ ପ୍ରୟୋଗ ଭଳି ପ୍ରଶ୍ନ ଆଲୋଚନାର ବିଷୟବସ୍ତୁ ପାଲଟି ଥିବା ବେଳେ ଆଜି (ଶନିବାର) ଦିନ ସ୍ୱାମୀ ବିବେକାନନ୍ଦ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କୁ ନେଇ ବିଜେପିର ଅଧିକ ଗୁରୁତ୍ୱ ଶାସକ ମମତା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ବିଜେପି ପକ୍ଷରୁ ସାର୍ବଜନୀନ କରାଯାଇଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଦଳ ସ୍ୱାମୀଜୀ ଏବଂ ନେତାଜୀଙ୍କ ଜନ୍ମ ବାର୍ଷିକୀ ପାଇଁ ଆଖିଦୃଶିଆ ଉତ୍ସବ ପାଳନ କରିବାକୁ ଯୋଜନା କରୁଛି। ଜାନୁୟାରୀ ୧୨ରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତିନି ଦିନିଆ ବେଙ୍ଗଲ ଗସ୍ତରେ ଆସିବାକୁ ଥିବା ବେଳେ ଜାନୁଆରୀ ୨୩ରେ ନେତାଜୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ଶ୍ରୀ ଶାହାଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି।

- Advertisement -

ଏହି ଉଚ୍ଚ ସ୍ତରୀୟ କମିଟି ସାରା ଦେଶରେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ବର୍ଷସାରା ଉତ୍ସବ ପାଳନ ପାଇଁ ଯୋଜନା କରିବ। ତେବେ ଉଭୟ ତୃଣମୂଳ କଂଗ୍ରେସ ଏବଂ ନବ ଗଠିତ କଂଗ୍ରେସ-ବାମପନ୍ଥୀ ମେଣ୍ଟ ସ୍ୱାମୀଜୀ ଏବଂ ନେତାଜୀଙ୍କ ପାଇଁ ବିଜେପିର ଜନ୍ମଦିନ ପାଳନକୁ ନିର୍ବାଚନୀ ଷ୍ଟଣ୍ଟ ବୋଲି କହିଛନ୍ତି।

ତୃଣମୂଳର ଜଣେ ବରିଷ୍ଠ ନେତା କହିଛନ୍ତି, ସ୍ୱାମୀଜୀ ଏବଂ ନେତାଜୀ ଆମ ରକ୍ତରେ ଅଛନ୍ତି। ସେମାନଙ୍କ ବିଜ୍ଞାପନର କୌଣସି ଆବଶ୍ୟକତା ନାହିଁ। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ଏପ୍ରିଲ-ମେ ମାସରେ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories