କଟକ : ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଆଇନଜୀବୀ ବିଶ୍ବନାଥ ପଶାୟତଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଶ୍ବନାଥ ପଶାୟତ ମେମୋରିଆଲ୍ କମିଟି ପକ୍ଷରୁ ‘ସମାଜ ରିଲିଫ ପାଣ୍ଠି’କୁ ୫୦,୦୦୦ଟଙ୍କା ଦାନ କରାଯାଇଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା ସ୍ବର୍ଗତ ବିଶ୍ବନାଥ ପଶାୟତଙ୍କ ସୁପୁତ୍ରଙ୍କ ପରାମର୍ଶକ୍ରମେ ‘ବିଶ୍ବନାଥ ପଶାୟତ ମେମୋରିଆଲ୍ କମିଟି’ର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ମହାନ୍ତି ଓ ଆବାହକ ତଥା ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ ଏହି ରାଶି ରିଲିଫ କମିଟିକୁ ଦାନ କରିଛନ୍ତି। ରାଜ୍ୟର ଦୁଃସ୍ଥ, ଅସହାୟ ଓ ଗରିବ ଲୋକଙ୍କ କଲ୍ୟାଣ ପାଇଁ ପ୍ରଦତ୍ତ ରାଶି ଖର୍ଚ୍ଚ କରାଯିବା ପାଇଁ କମିଟି ତରଫରୁ ଅନୁରୋଧ କରାଯାଇଛି।
Popular Categories



