www.samajalive.in
Monday, December 15, 2025
15.1 C
Bhubaneswar

ମହାତ୍ମା ଗାନ୍ଧୀ ଯୁବ ଛାତ୍ର ସମାଜର ଆଦର୍ଶ

ଆଠଗଡ : ଗୋପବନ୍ଧୁ ମହିଳା କନିଷ୍ଠ କଲେଜ ଏନଏସଏସ ପକ୍ଷରୁ କଲେଜ ପରିସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ମଧ୍ୟରେ ବ୍ୟାପକ ସଫେଇ ଓ ସଚେତନତା ସୃଷ୍ଟି କରାଯାଇଥିଲା । କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ଏହି କାର୍ଯ୍ୟକ୍ରମକୁ ଉଦ୍‌‌ଘାଟନ କରି ଛାତ୍ରୀମାନଙ୍କୁ ଉଦ୍‌‌ବୋଧନ ଦେବା ଅବସରରେ ଆଜିର ଯୁବଛାତ୍ର ସମାଜ ମହାତ୍ମା ଗାନ୍ଧୀଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଗାନ୍ଧୀ ସବୁବେଳେ ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରତ୍ୱାରୋପ କରୁଥିଲେ ବୋଲି ଶ୍ରୀମତୀ ମହାପାତ୍ର କହିବା ସହ ଛାତ୍ରୀମାନେ ନିଜ ଘର ସହିତ ନିଜ ଅଞ୍ଚଳରେ ସ୍ୱଚ୍ଛତା ରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଜାତୀୟ ସେବା ଯୋଜନାର ସଂଯୋଜିକା ଅଧ୍ୟାପିକା ପ୍ରମୋଦିନି ଜେନା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଗତ ୧ ତାରିଖରେ ଆଠଗଡ ଏନଏସି ପକ୍ଷରୁ କରାଯାଇଥିବା ୧ଘଣ୍ଟା ଶ୍ରମଦାନ କାର୍ଯ୍ୟକ୍ରମରେ ମଧ୍ୟ ଏହି କଲେଜର ଏନଏସଏସ ସ୍ୱେଚ୍ଛାସେବୀମାନେ ସାମିଲ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories