ଗଞ୍ଜାମ:ଗଞ୍ଜାମ ଏନଏସି କାର୍ଯ୍ୟାଳୟ ପରିସରରେ ବୁଧବାର “ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏନଏସି କର୍ମଚାରୀ ବିପିନ ବାରିକ ସଂଯୋଜନାରେ କରିଥିଲେ। କାର୍ଯ୍ୟକ୍ରମରେ ବିଜେଡି ଏନଏସି ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଲିଥିନ ମୁକ୍ତ ସହର ହେବାକୁ ହେଲେ ସଚେତନତା ଜରୁରୀ, ତାହେଲେ ଏହି ଅଭିଯାନ ସାର୍ଥକ ହେବ ବୋଲି କହିଥିଲେ। ଏଥିରେ ଯୁବ ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ ତାଙ୍କ ବକ୍ତବ୍ୟରେ ଏହି ଅଭିଯାନର ମୂଳ ଲକ୍ଷ୍ୟ କ’ଣ ସେନେଇ ସୂଚନା ଦେଇଥିଲେ। ଏନଏସି କର୍ମଚାରୀ ହରିବିଶ୍ୱାଳ, ଉତ୍ତମ ବେହେରା ପ୍ରମୁଖଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଗଞ୍ଜାମ ଅଞ୍ଚଳର ସ୍ୱୟଂ ସହାୟିକା ଗ୍ରୁପ ସଦସ୍ୟାମାନେ ଉପସ୍ଥିତ ଥିଲେ।
Popular Categories



