www.samajalive.in
Sunday, December 7, 2025
23.1 C
Bhubaneswar

ଦର ବୃଦ୍ଧି ବିରୁଦ୍ଧରେ ସିପିଆଇ(ଏମ୍‌) ଦଳ ପକ୍ଷରୁ ପ୍ରତିବାଦ ସଭା

ଗଞ୍ଜାମ: ଦୈନିକ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ଦରବୃଦ୍ଧି ବିରୁଦ୍ଧରେରେ ଆଜି ସିପିଆଇ(ଏମ୍‌) ଆଞ୍ଚଳିକ କମିଟି ପକ୍ଷରୁ ପ୍ରତିବାଦ ସଭା ବ୍ଲକ ଆଗରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତ୍ରିବେଣୀ ମଠ ଛକଠାରୁ ଏକ ଶୋଭାଯାତ୍ରାରେ ଦଳୀୟ କର୍ମୀ ଓ ନେତାମାନେ ବାହାରି ବଡ଼ ବଜାର ପରିକ୍ରମା ପରେ ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଏକ ପ୍ରତିବାଦ ସଭା ଆଞ୍ଚଳିକ କମିଟି ସମ୍ପାଦକ ତଥା ସରପଞ୍ଚ ଦିଲୀପ ଛୋଟରାୟଙ୍କ ସଭାପତିତ୍ୱରେ ହୋଇଥିଲା। ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କହିଥିଲେ। ବର୍ତମାନ ଯେଉଁଭଳି ଭାବେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦର ବୃଦ୍ଧି ଘଟୁଛି ତାହା ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଏହା ଯୋଗୁଁ ଗରୀବ ଲୋକମାନେ ଘୋର ଅସୁବିଧାରେ ରହିଛନ୍ତି। ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବା ନେଇ ନେତାମାନେ ଚେତାବନୀ ଦେଇଥିଲେ। ଏହି ପ୍ରତିବାଦ ସଭାରେ ଦଳିତ ମଞ୍ଚର ରାଜ୍ୟ ଆବାହକ ରାମ ଚନ୍ଦ୍ର ନାୟକ, ଡ଼ି ପଦ୍ମ ପ୍ରଧାନ, ଖଲି ସ୍ୱାଇଁ, ଅଜୟ ଗୌଡ଼, ଏନ ଗଙ୍ଗାଧର ରେଡି, ଗୋବର୍ଦ୍ଧନ ପାହାନ, ଯୁବନେତା ତ୍ରିଲୋଚନ ପ୍ରଧାନ, ସତୀଶ ସ୍ୱାଇଁ, ସୁଜିତ ବେହେରା, ପ୍ରକାଶ ପ୍ରଧାନ, ପ୍ରଶାନ୍ତ ଛୋଟରୟ, ଶ୍ରୀଧର ସ୍ୱାଇଁଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories