ନୂଆଦିଲ୍ଲୀ : ସୁଜୁକି ନିଜ ବହୁ ପ୍ରତିକ୍ଷୀତ ନିୟୋ-ରେଟ୍ରୋ ଜିଏସଏକ୍ସ-୮ଟି ଏବଂ ଜିଏସଏକ୍ସ-୮ଟିଟିରୁ ପରଦା ଉଠାଇଛି । ଉଭୟ ବାଇକ ଜିଏସଏକ୍ସ-୮ଏସର ସମାନ ପ୍ଲାଟଫର୍ମରେ ପ୍ରସ୍ତୁତ ହୋଇଛି । ଜିଏସଏକ୍ସ-୮ଟିରେ ଏଲଇଡି ହେଡଲ୍ୟାମ୍ପ, ଚଉଡା ହ୍ୟାଣ୍ଡେଲବାର୍ ଓ ବାର-ଏଣ୍ଡ ମିରର ମିଳିବ । ସେହିଭଳି ୮ଟିଟିରେ ହେଡଲାଇନ୍ କାଉଲ ଓ କଲର ସ୍କିମ୍ ସହିତ ସ୍ପୋର୍ଟିୟର ଟଚ୍ ଦିଆଯାଇଛି ଯାହା ୧୯୭୦ ଦଶକର ରେସ୍ ବାଇକ କଥା ମନେ ପକାଇଦେବ ।
ଉଭୟ ବାଇକରେ ୭୭୬ ସିସିର ପାରାଲାଲ-ଟ୍ବିନ୍ ଇଞ୍ଜିନ ମିଳିବ ଯାହା ୮୩ ବିଏଚପିର ସର୍ବାଧିକ ପାଓ୍ବରଟ୍ରେନ୍ ଓ ୭୮ ଏନଏମର ପିକ୍ ଟର୍କ ଉତ୍ପନ କରିବାରେ ସକ୍ଷମ ହେବ । ବାଇକରେ ୬ ସ୍ପିଡ ଗିୟରବକ୍ସ ମିଳିବ । ଉଭୟ ବାଇକରେ ଆଲୁମିନିୟମ୍ ସ୍ବିଙ୍ଗଆର୍ମ ସହିତ ଷ୍ଟିଲ୍ ଫ୍ରେମ୍ ବ୍ୟବହାର କରାଯାଇଛି ଯାହା ୟୁଏସଡି ପୋର୍କ୍ସ ଓ ମୋନୋଶକରେ ଲାଗିଛି । ବାଇକରେ ୧୭ ଇଞ୍ଚର ଆଲୟ ହ୍ବିଲ ମିଳିବ । ସୁଜୁକି ୮ଟିର ଓଜନ ୨୦୧ କିଲୋଗ୍ରାମ ଥିବାବେଳେ ୮ଟିଟିର ଓଜନ ୨୦୩ କିଲୋଗ୍ରାମ ରହିବ । ବାଇକରେ ୩ ରାଇଡ୍ ମୋଡ୍, ଟ୍ରାକ୍ସନ କଣ୍ଟ୍ରୋଲ, କ୍ବିକସିଫ୍ଟର ଓ ଅଲ୍-ଏଲଇଡି ଲାଇଟ୍ସ ରହିଛି । ତେବେ ଭାରତରେ ଏହି ବାଇକ୍ ଲଞ୍ଚ୍ ସମ୍ପର୍କରେ କୌଣସି ଅଫିସିଆଲ୍ ସୂଚନା ଦେଇନି କମ୍ପାନୀ ।



