www.samajalive.in
Saturday, December 13, 2025
27.1 C
Bhubaneswar

ସମୁଦ୍ରରୁ ସନ୍ଦିଗ୍ଧ ଯୁବକ ଠାବ

ପାରାଦ୍ୱୀପ: ସମୁଦ୍ର ମଧ୍ୟରେ ସନ୍ଦିଗ୍ଧ ଅବସ୍ଥାରେ ଏକ ଟ୍ରଲରରେ ଚଢିଯାଇଥିବା ଜଣେ ଯୁବକଙ୍କୁ ମତ୍ସ୍ୟଜୀବୀମାନେ ପାରାଦ୍ବୀପ ମେରାଇନ ପୁଲିସକୁ ହସ୍ତାନ୍ତର କରିଛନ୍ତି । ସନ୍ଦିଗ୍ଧ ଯୁବକଙ୍କୁ ଅଠରବାଙ୍କି ଡାକ୍ତରଖାନା ଅଣାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ତାଙ୍କ ଘର ଝାଡ଼ଖଣ୍ଡ ବୋଲି ଯୁବକ ଜଣକ ପୁଲିସକୁ କହିଛି। ସମ୍ପୃକ୍ତ ଯୁବକ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ତାଙ୍କୁ ପଚରାଉଚରା ଜାରି ରହିଛି।

ଗୁରୁବାର ବିଳମ୍ବିତ ରାତିରେ ଓମ୍ ନମଃ ଶିବାୟ ନାମକ ଏକ ଟ୍ରଲର ଉପକୂଳରୁ ୭୧ ନଟିକାଲ ମାଇଲ ଦୂର ସମୁଦ୍ରରେ ମାଛ ଧରି ସେଠାରେ ଲଙ୍ଗର ପକାଇଥିଲା। ମତ୍ସ୍ୟଜୀବୀମାନେ ଶୋଇଥିବାବେଳେ ହଠାତ ଜଣେ ସନ୍ଦିଗ୍ଧ ଯୁବକ ଟ୍ରଲର ଉ.ପରକୁ ଚଢିଯାଇଥିଲା। ଦେହରେ ବସ୍ତ୍ର ନଥିଲା। ଟ୍ରଲରରେ ଥିବା ମତ୍ସଜୀବୀମାନେ ଅଜଣା ବ୍ୟକ୍ତିକୁ ଦେଖି ଭୟଭୀତ ହୋଇପଡ଼ିଥିଲେ। ସନ୍ଦିଗ୍ଧ ଯୁବକଙ୍କ ସମ୍ପର୍କରେ ପୁଲିସ ଓ ବୋଟ ମାଲିକଙ୍କୁ ଖବର ଦେଇଥିଲେ। ପୁଲିସ ନିର୍ଦେଶରେ ତାଙ୍କୁ ପାରାଦ୍ବୀପ ଅଣାଯାଇଥିଲା। ମାଛଧରା ବନ୍ଦରରେ ମେରାଇନ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ସମ୍ପୃକ୍ତ ଯୁବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ମେରାଇନ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଯୁବକ ଜଣକ ତାଙ୍କ ନାମ କୁଶ ତିର୍କୀ ଓରାଓଁ, ଘର ଝାଡ଼ଖଣ୍ଡ ବୋଲି କହିଛି। ସେ ବିଭିନ୍ନ ସମୟରେ କଥା ପରିବର୍ତ୍ତନ କରି ପାଗଳ ଭଳି ଗପୁଛି। ତେବେ ସେ ଜଣେ ମାନସିକ ବିକାରଗସ୍ତ ରୋଗୀ ନା ଧରାପଡିବା ପରେ ଏଭଳି ଅଭିନୟ କରୁଛି ସେ ନେଇ ପୁଲିସ ତଦନ୍ତ ଜାରି ରହିଛି। ସେ ଦୂର ସମୁଦ୍ର ମଧ୍ୟକୁ କେମିତି ଗଲେ?, ସେ ଏକା ନା ତାଙ୍କ ସହ ଆଉ କିଏ ଥିଲେ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories