www.samajalive.in
Saturday, December 6, 2025
15.1 C
Bhubaneswar

ନଦୀରୁ ମିଳିଲା ନିଖୋଜ ପଦ୍ମଶ୍ରୀଙ୍କ ମୃତଦେହ

କର୍ଣ୍ଣାଟକ: ନିଖୋଜ ପଦ୍ମଶ୍ରୀ ଡ. ସୁବନ୍ନା ଆୟାପ୍ପନଙ୍କ ମୃତଦେହ ଠାବ ହୋଇଛି । ଶ୍ରୀରଙ୍ଗପାଟନାର ସାଇ ଆଶ୍ରମ ନିକଟ କାବେରୀ ନଦୀରୁ କୃଷି ବୈଜ୍ଞାନିକ ତଥା ପଦ୍ମଶ୍ରୀ ଡ. ସୁବନ୍ନା ଆୟାପ୍ପନ ମୃତଦେହ ଉଦ୍ଧର କରିଛି ପୁଲିସ । ମୈସୁରର ବିଶ୍ୱେଶ୍ୱର ନଗରରେ ରହୁଥିବା ବେଳେ ଗତ ୭ତାରିଖରୁ ସେ ନିଖୋଜ ଥିଲେ । ନଦୀକୂଳରୁ ସୁବନ୍ନା ଆୟାପ୍ପନଙ୍କ ସ୍କୁଟର ମଧ୍ୟ ଠାବ କରିଛି ପୁଲିସ । ଘଟଣାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ।

ମିଳିଥିବା ସୂଚନା ଆଧାରରେ ୭୦ବର୍ଷୀୟ ସୁବନ୍ନା ଆୟାପ୍ପନଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅ ରହିଥିଲେ । ଗତ ୭ତାରିଖରୁ ସେ ନିଖୋଜ ଥିବାରୁ ପୁଲିସ ତାଙ୍କୁ ଖୋଜାଖୋଜି କରୁଥିଲା । ଶନିବାର ସନ୍ଧ୍ୟାରେ ପୁଲିସ ଶ୍ରୀରଙ୍ଗପାଟନାର ସାଇ ଆଶ୍ରମ ନିକଟ କାବେରୀ ନଦୀରୁ ମୃତଦେହ ଉଦ୍ଧାର କରିଛି । ଡକ୍ଟର ଆୟାପ୍ପାନ ୨୦୧୬ ପର୍ଯ୍ୟନ୍ତ ଆଇସିଏଆରର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ୨୦୧୩ ମସିହାରେ ତାଙ୍କୁ କର୍ଣ୍ଣାଟକ ରାଜ୍ୟୋତ୍ସବ ପୁରସ୍କାରରେ ସମ୍ମାନୀତ କରାଯାଇଥିବା । ୨୦୨୨ରେ ବିଜ୍ଞାନ ଓ ଇଞ୍ଜିନିୟରିଂରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

- Advertisement -

ଜଣେ କୃଷି ବୈଜ୍ଞାନିକ ଭାବେ ଆୟାପ୍ପନ ଦିଲ୍ଲୀ, ମୁମ୍ବାଇ, ଭୋପାଳ, ବାରାକପୁର, ଭୁବନେଶ୍ୱର ଏବଂ ବେଙ୍ଗାଲୁରୁ ସମେତ ଅନେକ ସହରରେ କାର୍ଯ୍ୟ କରିଥିଲେ । ଆୟାପ୍ପନ ଭୁବନେଶ୍ୱରର ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍‍ ଫ୍ରେସ୍‍ୱଟର (ସିଆଇଏଫ୍‍ଏ)ର ନିର୍ଦ୍ଦେଶକ ତଥା ମୁମ୍ବାଇର ସେଣ୍ଟ୍ରାଲ ସିଆଇଏଫଇର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories