ସମାଜ ଡିଜିଟାଲ ଡେସ୍କ: ଏୟାର ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ଦେଶର ୮ ସ୍ଥାନକୁ ବିମାନ ସେବା ବାତିଲ କରାଯାଇଛି। ଏ ନେଇ କମ୍ପାନୀ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି ହୋଇଛି। ସେବା ବନ୍ଦ ରଖାଯାଇଥିବା ସ୍ଥାନଗୁଡ଼ିକ ହେଉଛି ଜାମ୍ମୁ, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡୀଗଡ଼ ଏବଂ ରାଜକୋଟ।
ସେହିପରି ଇଣ୍ଡିଗୋ ପକ୍ଷରୁ ମଧ୍ୟ ମଙ୍ଗଳବାର ୬ଟି ସ୍ଥାନକୁ ବିମାନ ସେବା ବନ୍ଦ ରଖାଯାଇଛି। ସେହି ସ୍ଥାନଗୁଡ଼ିକ ହେଉଛି ଜାମ୍ମୁ, ଅମୃତସର, ଚଣ୍ଡୀଗଡ଼, ଲେହ, ଶ୍ରୀନଗର ଏବଂ ରାଜକୋଟ। ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନସେବା ବାତିଲ କରାଯାଇଥିବା ଉଭୟ କମ୍ପାନୀ ପକ୍ଷରୁ କୁହାଯାଇଛି। ଏସବୁ ସ୍ଥାନରୁ କୌଣସି ବିମାନ ଉଡ଼ାଣ କରିବ ନାହିଁ କିମ୍ବା ସେହି ସ୍ଥାନଗୁଡ଼ିକୁ ବିମାନ ଯତ୍ରା କରିବ ନାହିଁ।



