www.samajalive.in
Saturday, December 6, 2025
26.1 C
Bhubaneswar

୬ ବର୍ଷର ଶିଶୁପୁତ୍ରର ମୃତ୍ୟୁ ପରେ ଅଙ୍ଗଦାନ

ଭୁବନେଶ୍ବର : ୬ ବର୍ଷର ଶିଶୁପୁତ୍ରଟିର ଇଚ୍ଛା ଥିଲା ସେ ଗୋଟିଏ ପୁରସ୍କାର ପାଇବ। ତେବେ ଶିଶୁଟି ଜୀବିତ ଅବସ୍ଥାରେ ପୁରସ୍କାର ପାଇପାରିଲା ନାହିଁ ସତ ତେବେ ମୃତ୍ୟୁ ପରେ ଆଉ ଦୁଇଟି ଜୀବନ ବଞ୍ଚାଇବାରେ ସଫଳ ହୋଇପାରିଛି। ଶିଶୁଟି ମସ୍ତିଷ୍କ ମୃତ୍ୟୁ (ବ୍ରେନ୍ ଡେଡ୍‌) ନେଇ ଡାକ୍ତର ଘୋଷଣା କରିବା ପରେ ପିତାମାତା ଶିଶୁର ଅଙ୍ଗଦାନ କରିବା ନିମନ୍ତେ ମନସ୍ଥ କରିଥିଲେ। ସମ୍ ଅଲ୍ଟିମେଟ ମେଡ଼ିକେୟାର ହସ୍ପିଟାଲ୍‌ରେ ଏହି ଶିଶୁର ଦୁଇ ବୃକ୍‌କକୁ ବାହାର କରାଯାଇ ଭୁବନେଶ୍ବର ଏମ୍‌ସ ଏବଂ ଅନ୍ୟ ଏକ ଘରୋଇ ହସ୍ପିଟାଲ୍‌କୁ ପଠାଯାଇଥିଲା।
ସୂଚନା ଅନୁସାରେ, ବାରିପଦା ମୁର୍ଗାବାଡ଼ି ଅଞ୍ଚଳର ଏହି ଶିଶୁଟିର ମୁଣ୍ଡ ଉପରେ ଗତ ୬ ତାରିଖ ଦିନ ୩ କ୍ବିଣ୍ଟାଲ୍ ଓଜନର ଏକ ଗେଟ୍‌ ପଡ଼ି ଯାଇଥିଲା। ଶିଶୁର ବାପା-ମା’ ପ୍ରଥମେ ବାଲେଶ୍ବର ହସ୍ପିଟାଲ ଏବଂ ପରବର୍ତ୍ତୀ ସମୟରେ ସମ୍ ଅଲ୍ଟମେଟ ମେଡ଼ିକେୟାରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ଅନେକ ଚିକିତ୍ସା ଓ ଚେଷ୍ଟା ସତ୍ତ୍ବେ ଶିଶୁଟିକୁ ବଞ୍ଚାଯାଇ ପାରିନଥିଲା। ତା’ର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ଯାହାକୁ ‘ସିଭିୟର ଟ୍ରମାଟିକ୍ ବ୍ରେନ୍ ଇଞ୍ଜୁରି’ କୁହାଯାଏ ବୋଲି ଚିକିତ୍ସା କରୁଥିବା ଡାକ୍ତର ଆଲୋକ କୁମାର ପାଣିଗ୍ରାହୀ କହିଛନ୍ତି। ଅନେକ ପ୍ରଚେଷ୍ଟା ସତ୍ତ୍ବେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ସମ୍ମମ୍‌ର ନ୍ୟୁରୋସର୍ଜରୀ ବିଭାଗର ବରିଷ୍ଠ କନ୍‌ସଲ୍‌ଟାଣ୍ଟ ଡା. ସୋମନାଥ ଜେନା ଏବଂ ଡା. ପାଣିଗ୍ରାହୀ ତା’ର ଦୁଇଥର ଆପ୍‌ନିଆ ଟେଷ୍ଟ କରାଇବା ପରେ ଶିଶୁଟିକୁ ମସ୍ତିଷ୍କ ମୃତ୍ୟୁ ଘୋଷଣା କରାଯାଇଥିଲା। କୁନିପୁଅର ମୃତ୍ୟୁ ପରେ ଅନ୍ୟ କାହାର ଜୀବନ ବଞ୍ଚାଇବା ସହ ଆଉ କେଉଁ ପିତାମାତାଙ୍କ ଜୀବନରେ ଖୁସି ଆଣିବାର ମହତ୍ ଉଦ୍ଦେଶ୍ୟ ନେଇ ଶିଶୁଟିର ବାପା-ମା’ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇ ହସ୍ପିଟାଲ୍‌ର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସମ୍ମମ୍‌ ପକ୍ଷରୁ ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍ (ସୋଟୋ)କୁ ଅବଗତ କରାଯାଇ ଅଙ୍ଗଦାନ ଓ ପ୍ରତିରୋପଣ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା। ଏହାକୁ ମିଶାଇ ମାତ୍ର ଦୁଇ ବର୍ଷ ସମୟସୀମା ମଧ୍ୟରେ ସମ୍ମମ୍‌ ପକ୍ଷରୁ ଚତୁର୍ଥ ଥର ପାଇଁ ଅଙ୍ଗଦାନ କରାଯାଇଥିବା ବେଳେ ସମୁଦାୟ ୧୩ଟି ଅଙ୍ଗ ପ୍ରତିରୋପଣ ପାଇଁ ବିଭିନ୍ନ ହସ୍ପିଟାଲ୍‌କୁ ପଠାଯାଇଥିବା ସିଇଓ ଡ. ଶ୍ବେତପଦ୍ମା ଦାଶ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜ ରଞ୍ଜନ ନାୟକ କହିଛନ୍ତି ଯେ, ସମ୍ମମ୍ ପକ୍ଷରୁ ଅଙ୍ଗଦାନ ଭଳି ମହତ୍ କାର୍ଯ୍ୟକୁ ଅଧିକ ଲୋକାଦୃତ କରିବା ପାଇଁ ପ୍ରଚେଷ୍ଟା କରାଯାଉଥିବାବେଳେ ଆଗାମୀ ଦିନରେ ମଧ୍ୟ ଏହି ପ୍ରକ୍ରିୟା ହସ୍ପିଟାଲ ପକ୍ଷରୁ ଜାରି ରହିବ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories