www.samajalive.in
Friday, December 5, 2025
26.1 C
Bhubaneswar

ଦାୟିତ୍ଵ ନେଲେ ସୁଶୀଳା କାର୍କି

ନୂଆଦିଲ୍ଲୀ : ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେଇଛନ୍ତି ସୁଶୀଳା କାର୍କି। ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି। ନେପାଳ ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ର ସହାୟତା ରାଶି ଘୋଷଣା କରିଛନ୍ତି। ସୁଶୀଳା ପୂର୍ବତନ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଆସିଛନ୍ତି। ୬୮ ବର୍ଷୀୟା କାର୍କୀ ୨୦୧୫ ରୁ ୨୦୧୯ ପର୍ଯ୍ୟନ୍ତ ନେପାଳର ପ୍ରଥମ ମହିଳା ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିଲେ ।  ନ୍ୟାୟିକ ସ୍ଵାଧୀନତା ଓ ସତ୍ୟନିଷ୍ଠାର ପ୍ରତୀକ ଭାବେ ଜଣାଶୁଣା ସୁଶୀଳା । ନେପାଳରୁ ଦୁର୍ନୀତିଖୋର, ସତ୍ତାଲୋଭୀ ରାଜନୀତିଜ୍ଞଙ୍କୁ ବାଦ ଦେଇ ନୂଆ ସରକାର ଗଢିବାକୁ ସୁଶୀଳାଙ୍କୁ ଚୟନ କରିଥିଲେ ଯୁବପୀଢି ।  ସେପ୍ଟେମ୍ବର ୯ ତାରିଖରେ ସାର୍ବଜନିକ ଭାବେ ପ୍ରତିବାଦକାରୀମାନଙ୍କୁ ସମ୍ବୋଧିତ କରି, ସଂଯମ ପାଇଁ ଆହ୍ୱାନ ଦେଇଥିଲେ ସୁଶୀଳା ।  ଆନ୍ଦୋଳନକାରଙ୍କ ଉଗ୍ର ବିକ୍ଷୋଭ ପରେ ୮ ତାରିଖରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଥିଲେ । ଏହାପରେ ସେଠିକାର ସେନା ଅସ୍ଥାୟୀ ରୂପେ ଶାସନ ସମ୍ଭାଳିଥିଲେ । କିନ୍ତୁ କାହାକୁ ଦେଶର ମଙ୍ଗ ଦିଆଯିବ ତା’ ଉପରେ କିଛି ନିଷ୍ପତ୍ତି ହୋଇପାରୁନଥିଲା । ପ୍ରଧାନମନ୍ତ୍ରୀ ପଦ ପାଇଁ ୪ଜଣଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେମାନଙ୍କ ମଧ୍ୟରେ ଥିଲେ କାଠମାଣ୍ଡୁ ମେୟର ବାଲେନ୍, ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି , ଇଞ୍ଜିନିୟର କୁଲମାନ ଘିସିଂ ଏବଂ ହାରକା ସମ୍ପଙ୍ଗ । ହେଲେ ଶେଷରେ ସୁଶୀଳା କାର୍କିଙ୍କ ନାଁରେ ମୋହର ବାଜିଥିଲା। ଆଜି ସେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେଇଛନ୍ତି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories