www.samajalive.in
Monday, December 8, 2025
13.1 C
Bhubaneswar

ଭସାଣୀ ବେଳେ ଦୁର୍ଘଟଣା : ଫାଟିଲା ପିକଅପ୍ ଭ୍ୟାନ୍ ଚକା, ୧୦ ଆହତ

ଗୁରୁଡିଝାଟିଆ : ପୁରୁଣା କଟକ ସମ୍ବଲପୁର ରାସ୍ତା ର କଖଡ଼ି ବଜାର ଘାଟ କୂଳ ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମେଲୋଡି ପାର୍ଟିର ଏକ ଭ୍ୟାନ୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଛି। ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗଣେଶ ପୂଜା ଭସାଣି ପାଇଁ ଗାଡିଟି ସମ୍ବଲପୁରରୁ କଟକ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୁଣ୍ଡ ଫାଟି ଯାଇଥିବାବେଳେ କିଛି ଲୋକଙ୍କର ଛାତି ଓ ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଛି। ଆହତ ମାନଙ୍କୁ ପ୍ରଥମେ ସ୍ଥାନୀୟ ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯୋଗ୍ୟ ଆଜି ସକାଳ ୭ ଟା ସମୟରେ ଗାଡ଼ି ର ଆଗ ଚକ ଫାଟି ଯିବା ଫଳରେ ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ବରେ ଥିବା ବର ଗଛ ରେ ପିଟି ହୋଇଯାଇଥିଲା। ଗାଡ଼ି ରେ ଥିବା ସମସ୍ତ ୧୦ ଜଣ ଆହତ ହୋଇଥିଲେ। ଗାଁ ର ମୂରବୀ ଓ ବଜାର ସାହି ର ଯୁବକ ମାନେ ଆହତ ମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଅସିତ୍ ସାହୁ ଚିକିତ୍ସା କରିଥିଲେ। ପରେ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା। ଘଟଣା ସମ୍ପର୍କରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ ପତି ଙ୍କୁ ଅବଗତ କରାଯାଇଅଛି। ଆହତ ମାନେ ହେଲେ ସମ୍ବଲପୁରର ପ୍ରମୋଦ ବିରୁଆ ,ସନ୍ତୋଷ ଭୋଇ , ତୁମାନ ଗୁଡୁ ,ଭାଟିରି ଭୋଇ ,ଦୀୟାନ ଗୌଡ , ଗୁତୁମାନ ଗୌଡ , ମୂର୍ତ୍ତୁମାନ ଭୋଇ  ଓ ଦେବେଶ  କୁଣ୍ଡୁ । ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories